ଟିମ କ୍ଲିନ ସିଟି ସଦସ୍ୟଙ୍କ ସେବାକର୍ଯ୍ୟ ଜାରି:ଦୁର୍ବିସହ ଜୀବନକୁ ମିଳିଲା ସାମାନ୍ୟ ଆଶ୍ବସ୍ଥି

0
251

ବ୍ରହ୍ମପୁର, ୦୬/୦୨/୨୦୨୨: ଅସହାୟ, ନିରାଶ୍ରୟ ଓ ଅସୁସ୍ଥଙ୍କୁ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଛି ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି। ଟିମ ସଦସ୍ୟଙ୍କ ଦ୍ୱାରା ଜାରି ରହିଛି ସାପ୍ତାହିକ ସାମାଜିକ ସେବା। ପୂର୍ବରୁ ୧୦୨ଜଣ ମାନସିକ ଓ ନିରାଶ୍ରୟଙ୍କୁ ସହାୟତା ଓ ଉଦ୍ଧାର କରିଥିବା ଏହି ଟିମ ପକ୍ଷରୁ ଆଜି ପୁଣି ଦୁଇ ଜଣଙ୍କୁ ଉଦ୍ଧାର ସହ ସେବା ଯୋଗାଇ ଦିଆଯାଇଛି। ଫଳରେ ଟିମର ସେବାକାର୍ଯ୍ୟ ୧୦୪ କୁ ବୃଦ୍ଧି ପାଇଛି। ଟିମ ସଦସ୍ୟମାନେ ଆଜି ସକାଳେ ଗାନ୍ଧିନଗର ଛକରେ ପ୍ରଥମେ ରାମୁ ନାମକ ଜଣେ ନିରାଶ୍ରୟ ଓ ନିଃବସ୍ତ୍ର ବ୍ୟକ୍ତିଙ୍କୁ ଉଦ୍ଧାର କରି ସେବା ପ୍ରଦାନ କରିଥିଲେ। ପରେ ସେଠାରେ ରାସ୍ତାକଡରେ ଅଚେତ ଅବସ୍ଥାରେ ପଡିଥିବା ଜଣେ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ପରେ ଚେତା ଫେରିଥିଲା। ପରେ ସେ ଚିକିଟି ଅଂଚଳର ଖୁଦୁଡି ଗ୍ରାମର ତ୍ରିନାଥ ଗୌଡ଼ଙ୍କ ପୁଅ କିଟୁ ଗୌଡ଼ ବୋଲି ପରିଚୟ ପାଇବା ପରେ ତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇଥିଲା। କିଟୁଙ୍କ ଚିକିତ୍ସା କ୍ଷେତ୍ରରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ବୈଦ୍ୟନାଥପୁର ଥାନା ଅଧିକାରୀଙ୍କ ସମେତ ମେଡିକାଲର ଡାକ୍ତର ଓ ଅନ୍ୟ କର୍ମଚାରୀ ବେଶ ସହଯୋଗ କରିଥିଲେ। ଟିମ କ୍ଲିନ ସିଟିର ସଦସ୍ୟଙ୍କ ଉଦ୍ୟମ ଫଳରେ ଆଜି ଦୁଇଜଣଙ୍କୁ ସେବା ମିଳିପାରିଛି। ଟିମ ସଦସ୍ୟଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରେ ପ୍ରସଂଶା କରାଯାଇଛି।

LEAVE A REPLY

Please enter your comment!
Please enter your name here