ଭୁବନେଶ୍ୱର,୦୬/୦୨/୨୦୨୨: ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ହୃଦୟରେ ବିଶେଷ ସ୍ଥାନ ରହିଛି । ଓଡିଶା ମାଟିର ଋଣ ଶୁଝାଇବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୂର୍ବଦ୍ୟୋୟ ମିଶନର ସ୍ବପ୍ନକୁ ସାକାର କରିବା ଏବଂ ସାଢେ ୪ କୋଟି ଓଡ଼ିଆଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ଆମର ମୁଳ ଲକ୍ଷ୍ୟ ଅତୀତରେ ଓଡିଶାର ବିକାଶ ପାଇଁ ଆବଶ୍ୟକୀୟ କେନ୍ଦ୍ରୀୟ ଆର୍ଥିକ ଅନୁଦାନ ମିଳୁ ନଥୁଲା । ମାତ୍ର ଆଜି ଯାହା ଦାବି କରାଯାଉଛି ତାହାଠୁ ଅଧିକ ମିଳୁଛି । ଉଦାହରଣ ସ୍ଵରୂପ, ୟୁପିଏ ଶାସନ କାଳରେ ୨୦୧୪ ମସିହା ପର୍ଯ୍ୟନ୍ତ ଓଡିଶା ରାଜ୍ୟକୁ ରେଳ ବିଭାଗ ପାଇଁ ହାରାହାରି ମାତ୍ର ୮୦୦ କୋଟି ଟଙ୍କାର ଅନୁଦାନ ଆସୁଥିବାବେଳେ ୨୦୧୪ ପରବର୍ତୀ ମୋଦି ସରକାର ଶାସନ କାଳରେ ଏହି ଅନୁଦାନ କ୍ରମାଗତ ଭାବେ ବୃଦ୍ଧି ପାଇଟାଳିଛି ଚଳିତ ବର୍ଷ ପାଇଁ ୟୁପିଏ ସରକାର ତୁଳନାରେ ଓଡିଶାକୁ ୧୦ଗୁଣ ଅଧିକ ୯୭୩୪ କୋଟି ଟଙ୍କାର ରେଳ ବଜେଟ ଅନୁମୋଦନ ଏକ ନୂତନ ରେକର୍ଡ ସୃଷ୍ଟି କରିଛି ବୋଲି କେନ୍ଦ୍ର ରେଳ ଏବଂ ସୁଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୁନା ବୈଷ୍ଣବ କହିଛନ୍ତି ।ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ” ଆତ୍ମନିର୍ଭର ଅର୍ଥନୀତି ଏବଂ ବଜେଟ ୨୦୨୨-୨୩” ଶୀର୍ଷକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ସରକା ସାଥ୍, ସନ୍ଧ୍ୟା ବିକାଶ, ସହକା ବିଶ୍ଵାସ, ସହ ପ୍ରୟାସକୁ ପାଥେୟ କରି ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଗତ ୧ ତାରିଖ ଦିନ ଉପସ୍ଥାପନା କରିଥିବା ” ବଜେଟ- “କ୍ ଦେଶବ୍ୟାପୀ ପ୍ରଶଂସା ମିଳିଛି କେନ୍ଦ୍ରୀୟ ବଜେଟରେ ଓଡିଶାକୁ ବିପୁଳ ମାତ୍ରାରେ ଅର୍ଥ ପ୍ରଦାନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଏଥିରେ ବଡ ଭୁମିକା ଗ୍ରହଣ କରିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଧନ୍ୟବାଦ ଜ୍ଞାପନ କରିଛନ୍ତି ।ରାଜ୍ୟରେ ଟେଲିକମ ସେକ୍ଟରକୁ ସୁଦୃଢ କରିବା ପରିପ୍ରେକ୍ଷୀରେ ଏବଂ ଯେପରି ଗୋଟିଏ କି ଗାଁ ଇଂଟରନେଟ ସେବା ପାଇବାରୁ ବଂଚିତ ନହୁଏ ସେଥି ସକାଶେ ନୂଆ ଟାୱାର ସ୍ଥାପନ ପାଇଁ ୩୯୩୩ଟି ସ୍ଥାନ ଚିହ୍ନଟ କରାଯାଇଛି । ୟୁପିଏ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତି କାରଣରୁ ବିଏସଏନାଲ ଭଳି ସଂସ୍ଥା ଦେବାଳିଆ ହୋଇଯାଇଥିଲା ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ବ୍ୟାପକ ସଂସ୍କାର ଆଣିବା ପରେ ଗତବର୍ଷ ବିଏସଏନଏଲ ଲାଭଜନକ ସଂସ୍ଥା ହୋଇପାରିଛି । ଭାରତବର୍ଷର ନିଜସ୍ଵ ଜ୍ଞାନକୌଶଳରେ ୪-୫ ଏବଂ ୫-କି ନେଟୱାର୍କର ବିକାଶ ପାଇଁ କାର୍ଯ୍ୟ ଚାଲିଛି ଏବଂ ଅତିଶୀଘ୍ର ଦେଶବାସୀ ଏହି ସେବା ପାଇବେ। ଗରିବ ବାସହୀନଙ୍କୁ ଘର, ପାନୀୟ ଜଳ ଯୋଗାଣ, ରୋଜଗାର ସୃଷ୍ଟି ଆଦି ପାଇଁ ଚଳିତ ବଜେଟରେ ରେକର୍ଡ ପରିମାଣର ଅନୁଦାନ ପ୍ରଦାନ କରାଯାଇଛି । ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୁଲ୍ୟ ଟଙ୍କା ଯେପରି ଚାଷୀମାନେ ପାଇପାରିବେ, ସେଥ୍ ପାଇଁ ଡିବିଟି କରିଆରେ ଉକ୍ତ ଟଙ୍କାକୁ ଚାଷୀଙ୍କ ବ୍ୟାକ ଖାତାକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ।ମୋଦି ସରକାର ଶାସନ କାଳରେ ଖଣି କ୍ଷେତ୍ରରେ ବ୍ୟାପକ ମାତ୍ରରେ ସଂସ୍କାର ଆସିଥିବାରୁ ଆଳି ଓଡିଶା ରାଜ୍ୟର ଖଣି ଅନୁଷ୍ଠିତ ଜିଲ୍ଲାମାନଙ୍କରେ ୩ ରୁ ୪ ଡକାର କୋଡି ପର୍ଯ୍ୟନ୍ତ ବଳା ଗଳିତ ଅଛି । ଏହି ଅର୍ଥର ସଠିକ ଭାବେ ବିନିଯୋଗ ହେବାର ଆବଶ୍ୟକତା ଅଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।କେନ୍ଦ୍ର ବିଜେଟରେ ରେଳ ମନ୍ତ୍ରଣାଳୟକୁ ୧,୪୦,୩୬୭, ୧୩ କୋଟି ଟଙ୍କା ମିଳିଛି। ଏହା ପୂର୍ବ ଆର୍ଥିକ ବର୍ଷର ସଂଶୋଧ ବକେଟ ତୁଳନାରେ ୨୦, ୩୧୧କୋଟି ଅଧିକ । ରେଳପଥ ସମେତ ରେଳ ଯାତ୍ରୀଙ୍କ ସୁରକ୍ଷା ଗମନାଗମନ, ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରିବା ମୋଦି ସରକାର କାର୍ଯ୍ୟରତ । ବଜେଟରେ ରେଳ ଲାଇନର ନବୀକରଣ ପାଇଁ ୧୩,୩୩୫, ୪୭କୋଟି, ଗଜ କନଭରସନ ପାଇଁ ୨,୮୫୦କୋଟି, ଦୋହରୀକରଣ ପାଇଁ ୧୨, ୧୦୮ କୋଟି ଟଙ୍କା ଦିଆଯାଇଛି । ଅତିରିକ୍ତ ଭାବେ ଡିଏଫସି ଭାବେ ୧୫, ୭୧୦.୪୪ କୋଟି ଦିଆଯାଇଛି । ନୂଆ ରେଳ ଲାଇନ ପାଇଁ ମଧ୍ୟ ୨୫, ୨୪୩କୋଟି ଟଙ୍କା ଆବଂଚିତ କରାଯାଇଛି । ସାରା ଦେଶ ପାଇଁ ଆସନ୍ତା ୩ ବର୍ଷରେ ୪୦୦ଟି ବନ୍ଦେ ଭାରତ ଟ୍ରେନ ଚାଲିବ ରାଜ୍ୟରେ ୯୮.୭କିମିର ଅନୁଗୋଳ – ସୁକିନ୍ଦା ରୋଡ୍ ଲାଇନ ପାଇଁ ୪୭୫କୋଟି ଟଙ୍କା, ୮୨ କିମି ହରିଦାସପୁର – ପାରାଦୀପ ରେଳ ଲାଇନ ପାଇଁ ୮୫କୋଟି ଟଙ୍କା, ତାଳଚେର – ବିମଳାଗଡ ୧୫୪ କିମି ରେଳ ଲାଇନ ପାଇଁ ୨୫୦କୋଟି ଟଙ୍କା, ଭଦ୍ରକ –ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୨୫୧ କୋଟି, ଖୋର୍ଦ୍ଧା – ବାରଙ୍ଗ ତୃତୀୟ ଲାଇନ ପାଇଁ ୧୬୪ କୋଟି, ସମ୍ବଲପୁର – ବିଟିଲାଗଡ ୧୮୨, ୧୧ କିମି ରେଜ ଲାଇନ ଦୋହରିକରଣ ପାଇଁ ୯୯ କୋଟି ଟଙ୍କା, ସମ୍ବଲପୁର – ତାଳଚେର ରେଳ ଲାଇନର ଦୋହରିକରଣ ପାଇଁ ୧୭୨କୋଟି ଟଙ୍କା, ଝାରସୁଗୁଡା – ବିଳାସପୁର ଚତୁର୍ଥ ଲାଇନ ପାଇଁ ୭୧୭ କୋଟି ଟଙ୍କା ଦିଆଯାଇଛି, ଜୟପୁର – ମାଲକାନଗିରି ୧୩୦ କିମି ପାଇଁ ୧୩ କୋଟି ଟଙ୍କା, ଜୟପୁର – ନବରଙ୍ଗପୁର ପାଇଁ ୮୧କୋଟି ଟଙ୍କା ଦିଆଯାଇଛି । ବଜେଟ୍ ଉପସ୍ଥାପନ କରିବା ବେଳେ ସଡକ, ରେଳ, ରାଜପଥ, ବନ୍ଦର ଓ ସାଧାରଣ ପରିବହନକୁ ଅଧିକ ଗୁରୁତ୍ବ ଦିଆଯାଇଛି । ରାଜ୍ୟରେ ୧୨ଟି ରେଳ ଷ୍ଟେସନ ଡିଜାଇନର ଉନ୍ନତିକରଣ କାର୍ଯ୍ୟ ଚାଲୁରହିଛି। ନୂଆ ରେଳ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି । ମୟୂରଭଞ୍ଜ ଅଂଚଳରେ ତିନୋଟି ନୂଆ ରେଳ ଲାଇନ ପାଇଁ ବି କାର୍ଯ୍ୟ କରାଯାଉଛି । ରାଜ୍ୟରେ ରେଳ ବିକାଶ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ । କଳାହାଣ୍ଡି ଠାରେ ରେଳ ଓ୍ବାଗନ ଫ୍ୟାକ୍ଟି ପ୍ରତିଷ୍ଠା ପାଇଁ ଏଯାଏଁ ୫୦ ପ୍ରତିଶତ କମି ଅଧିଗ୍ରହଣ ହୋଇଛି। ବାକି ଜମି ରାଜ୍ୟ ଦେଲେ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ଶ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି।
ଘରୋଇ ନିବେଶ ଓ ଚାହିଦାକୁ ପ୍ରୋତ୍ସାହନ ଦେବା ଲାଗି ୨୦୨୨-୨୩ ଆର୍ଥିକ ବର୍ଷରେ ପୁଞ୍ଜିଗତ ବ୍ୟୟବରାଦକୁ ୩୫,୪ ପ୍ରତିଶତ ବୃଦ୍ଧି କରାଯାଇ ୭.୫୦ ଲକ୍ଷ କୋଟି ଟଙ୍କା କରାଯାଇଛି ଯାହାକି ପୂର୍ବ ବର୍ଷ ୫.୫୪ ଲକ୍ଷ କୋଟି ଟଙ୍କା ଥିଲା ଏହା ଦ୍ଵାରା ଆର୍ଥିକ ଅଭିବୃଦ୍ଧି ହେବା ସହ ରୋଜଗାର ସୃଷ୍ଟି କ୍ଷେତ୍ରରେ ବହୁ ସହାୟକ ହେବ ଏଥିସହ ଭାରତର ଭିତିଭୂମି ବିକାଶ ପାଇଁ ନୂତନ କୁ ଘଂଟର ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ମାଷ୍ଟରପ୍ଲାନ ପ୍ରସତୁତ ହୋଇସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।ଜମି ଅଧଗ୍ରହଣ ଓ ଫରେଷ୍ଟ କ୍ଲିଅରାନ୍ତ ହୋଇପାରିଲେ ଏବଂ ଏହି ଟଙ୍କାକୁ ଆମେ ଖର୍ଚ୍ଚ କଲେ ଆମକୁ ଅଧିକ ଅର୍ଥ ମିଳିବ।ଏହି ଅର୍ଥକୁ ଖର୍ଚ୍ଚ କରିବା ପାଇଁ ଆମ ସମସ୍ତଙ୍କୁ ମିଳିତ ଉଦ୍ୟମ କରିବାକୁ ପଡିବ । ଓଡିଶା ମାଟିର ରଣକୁ ସୁଝିବା ଆମ ସମସ୍ତଙ୍କ କର୍ତବ୍ୟ
ବିକାଶ ପାଇଁ ରାଜନୀତି କରିବା ନାହିଁ ଆବଶ୍ୟକ ହେଲେ ମୁଁ ନିଜେ ଆରଆଇ, ତହସିଲଦାରଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଗଣମାଧ୍ୟମ ସଂଯୋଜକ ଦିଲିପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
Home ବ୍ରହ୍ମପୁର ସ୍ପେଶାଳ ‘ଆତ୍ମନିର୍ଭର ଅର୍ଥବ୍ୟବସ୍ଥା’ ଏବଂ “ବଜେଟ ୨୨-୨୩୬ “ଆତ୍ମନିର୍ଭର ଅର୍ଥବ୍ୟବସ୍ଥା” ଆର୍ଥିକ ଅଭିବୃଦ୍ଧି ସହ ରୋଜଗାର...