ବ୍ରହ୍ମପୁର,୧୪/୦୨/୨୦୨୨ : ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ୫୩ ନମ୍ବର ଜୋନ ଜିଲ୍ଲା ପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ ଅତ୍ୟଧିକ ସମ୍ବଦେନଶୀଳ ଆଠ ଗୋଟି ବୁଥରେ ଯେଉଁଠି ବୁଥ ଜବରଦଖଲ ଓ ରାଗିଙ୍ଗର ସମ୍ଭାବନା ଅଧିକ ଅଛି , ସେହି ବୁଥ ଗୁଡ଼ିକରେ ଅତ୍ୟଧିକ ପୋଲିସ ଫୋର୍ସ ମୁତୟନ ଓ ସିସିଟିଭି କ୍ୟାମେରା ଲଗାଇବା ପାଇଁ ବିଜେପି ପକ୍ଷରୁ ଲଢ଼ୁଥିବା ପ୍ରାର୍ଥୀନୀ ଶ୍ରୀମତୀ କାଜଲ ପାତ୍ର ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ନିର୍ବାଚନ କମିଶନଙ୍କ ଠାରେ ଦାବି କରିଛନ୍ତି ।
ପ୍ରାର୍ଥୀନୀଙ୍କ ଦାବି ମୁତାବକ କୋଠାରସିଙ୍ଗି ପଞ୍ଚାୟତର ମାଣିକପୁର ଗ୍ରାମର ୭ ଓ ୮ ନମ୍ବର ବୁଥ , ଚାନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ୯, ୧୦ ଓ ୧୧ ନମ୍ବର ବୁଥ ଓ ବିଶ୍ବନାଥପୁର ଗ୍ରାମ ପଞ୍ଚାୟତର ଫିରାଜିପେଣ୍ଠ ଗ୍ରାମର ୪ ନମ୍ବର ବୁଥ , ବାହାଦୁରପେଣ୍ଠ ଗ୍ରାମର ୬ ନମ୍ବର ବୁଥ ଓ ହରଡଙ୍ଗ ଗ୍ରାମର ୭ ଓ ୮ ନମ୍ବର ବୁଥ ଅତି ସମ୍ବେଦନଶୀଳ ହୋଇଥିବା ଏବଂ ଏହି ଗ୍ରାମ ଗୁଡିକର ମୁଖିଆ ମାନେ ପ୍ରାର୍ଥୀନୀଙ୍କୁ ଭୋଟ ନଦେବା ପାଇଁ ଗ୍ରାମବାସୀମାନଙ୍କୁ ଭୟଭୀତ କରାଉଥିବା ଅଭିଯୋଗ କରିଛନ୍ତି ଏବଂ ସେମାନଙ୍କୁ ଅମାନ୍ୟ କଲେ ସାମାଜିକ ବାସନ୍ଦ ଓ ଆର୍ଥିକ ଦଣ୍ଡାଦେଶ ଭୋଗିବାକୁ ମଧ୍ୟ ତାଗିଦ୍ କରିଥିବା କହିଛନ୍ତି । ଯାହାଦ୍ବାରା ଏହି ବୁଥ୍ ଗୁଡ଼ିକରେ ଜବରଦଖଲ ଓ ରାଗିଙ୍ଗର ସମ୍ଭାବନା ଅଧିକ ରହିଛି , ତେଣୁ ଗଣତାନ୍ତ୍ରିକ ପଦ୍ଧତିରେ ମତଦାନ ପାଇଁ ପୂର୍ବ ପ୍ରସ୍ତୁତି ପୂର୍ବକ ଏହି ମତଦାନ କେନ୍ଦ୍ର ଗୁଡ଼ିକରେ ଅତ୍ୟଧିକ ପୋଲିସ ଫୋର୍ସ ମୁତୟନ ଓ ସିସିଟିଭି କ୍ୟାମେରା ଲଗାଇବା ଅବଶ୍ୟମ୍ଭବୀ ହୋଇଥିବାରୁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ପ୍ରାର୍ଥୀନୀ ଶ୍ରୀମତୀ ପାତ୍ର ଦାବି ଜଣାଇଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ ରଙ୍ଗେଇଲୁଣ୍ଡା ବ୍ଳକ ୫୩ ନମ୍ବର ଜୋନ ଜିଲ୍ଲା ପରିଷଦ ନିର୍ବାଚନ ପ୍ରସଙ୍ଗ ।ଅତ୍ୟଧିକ ପୋଲିସ ଫୋର୍ସ...