ବ୍ରହ୍ମପୁର,୧୫/୦୨/୨୦୨୨:
ମୃତ୍ୟୁ ଚିରନ୍ତ ଓ ସତ୍ୟ କେବେ କାହାର କେଉଁ ପ୍ରକାରେ ମୃତ୍ୟୁ ଘଟିବ ତାହା କେହି କହିପାରିବେ ନାହିଁ । ସେହିଭଳି ଆଜି ରଙ୍ଗେଇଲୁଣ୍ଡା ବ୍ଳକ ସାମ୍ବାଦିକ ସୁଦର୍ଶନ ରାଉଳଙ୍କ ପିତା ଅଭିରାମ ରାଉଳଙ୍କ ରାତି ୨ଟା ୨୫ମିନିଟ ସମୟରେ ୭୩ ବର୍ଷ ବୟସରେ ସଂସାରର ସମସ୍ତ ମୋହମାୟା ତ୍ୟାଗ କରି ଇହଲୀଳା ସମ୍ବରଣ କରିଛନ୍ତି ।ଏକ ମାସ ପୂର୍ବେ ଶ୍ବାସ ଜନିତ କାଶ ହେବାରୁ ତାଙ୍କର ବ୍ରହ୍ମପୁର ବଡ ମେଡ଼ିକାଲ ନେଇ ସେଠାରେ ୨୦ଦିନ ଚିକିତ୍ସା କରିବା ପରେ ଘରକୁ ଫେରିଥିଲେ।କିଛି ଦିନ ଘରେ ସୁସ୍ଥ ରହିଥିବା ବେଳେ ସୋମବାର ମଧ୍ୟରାତ୍ରରେ ପୁଣି ଅସୁସ୍ଥ ହୋଇ ପଡିଥିଲେ ତେବେ ୨.୩୦ ସ୍ୱର୍ଗ ଆହୋରଣ କଲେ ମୃତ୍ୟୁ ସମୟରେ ସ୍ୱର୍ଗତ ଅଭିରାମଙ୍କ ମୁଖରୁ “ଜୟ ଶ୍ରୀ କୃଷ୍ଣ” ବାହାରୁଥିଲା ।ସେ ଜଣେ ଧର୍ମପରାୟଣା , ମେଳାପି , ପରୋପକାରୀ ବ୍ୟକ୍ତି ଥିଲେ।ତାଙ୍କ ନିଜ ଗ୍ରାମ ଚମାଖଣ୍ଡି ଥାନା ନୁଆ ନଗରଢିଅ ହୋଇଥିବା ବେଳେ ସେ ରଣ୍ଢା ଗ୍ରାମରେ ବାହା ହୋଇ ଜ୍ବାଇଁ ହେଇଥିବାରୁ ତାଙ୍କୁ “ଜ୍ବାଇଁ” ବୋଲି ସମସ୍ତେ ଜାଣନ୍ତି।ଦୀର୍ଘ ୪୫ବର୍ଷ ଧରି ସେ ରଣ୍ଢା ଗ୍ରାମରେ ନିଜ ପରିବାର ସହ ରହି ଆସୁଥିଲେ। ମୃତ ଶଯ୍ୟା ପାଖରେ ଜ୍ୟେଷ୍ଠପୁତ୍ର ତଥା ରଙ୍ଗେଇଲୁଣ୍ଡା ବ୍ଳକ ସାମ୍ବାଦିକ ସୁଦର୍ଶନ ରାଉଳ, କନିଷ୍ଠ ପୁତ୍ର ଜନାର୍ଦ୍ଦନ ରାଉଳ, ଝିଅ ପ୍ରମିଳା ରାଉଳ, ଜ୍ୱାଇଁ ବିନୋଦ ରାଉଳ, ଦୁଇ ବହୁ ନାତିନାତୁଣୀ ଉପସ୍ଥିତ ଥିଲେ । ଖବର ପାଇ ବହୁ ସମାଜସେବୀଙ୍କ ସମେତ ବନ୍ଧୁ ବାନ୍ଧବ ଏବଂ ପରିବାର ବର୍ଗ ସ୍ୱର୍ଗତ ଅଭିରାମଙ୍କ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।