ଭୁବନେଶ୍ୱର,୧୫/୦୨/୨୦୨୨: କୌଣସି ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ଭାରତୀୟ ସମ୍ବିଧାନରେ ସମସ୍ତଙ୍କୁ ଭୋଟ ଦେବାର ଅଧିକାର ପ୍ରଦାନ କରାଯାଇଛି । ଏହା ଗଣତାନ୍ତ୍ରିକ ଅଧିକାର ଏଥିରୁ ବଞ୍ଚିତ ରଖିବାକୁ କାହା ପାଖରେ ଅଧିକାର ନାହିଁ । ଏପରିକି ନିର୍ବାଚନ କମିଶନଙ୍କ ମଧ୍ଯ କ୍ଷମତା ନାହିଁ । ଯେ କୌଣସି ନିର୍ବାଚନ ପରିଚାଳନା ପାଇଁ ସରକାରୀ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ମାନବସମ୍ବଳର ଆବଶ୍ୟକ ରହିଥାଏ । ନିର୍ବାଚନ ଦାୟିତ୍ବରେ ଥିବା କାରଣରୁ ଏହି ଲୋକମାନେ ନିଜ ନିଜ ମତ ସାବ୍ୟସ୍ତ କରି ପାରନ୍ତି ନାହିଁ । ତେଣୁ ତାଙ୍କ ପାଇଁ ପୋଷ୍ଟାଲ ଭୋଟର ବ୍ୟବସ୍ଥା କରାଯାଇଛି । କିନ୍ତୁ ରାଜ୍ୟରେ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ପୋଲିଂ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଭୋଟ ଦେବାରୁ ବଞ୍ଚିତ କରାଯାଇଛି। ଏହା ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ସମୟରୁ ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ଏବଂ ବହୁ ସଂଖ୍ୟାରେ ଭୋଟର ନିଜ ମତଦାନ କରିବାରୁ ବଞ୍ଚିତ ହେଲେ । ରାଜ୍ୟ ନିର୍ବାଚନ କମିଶନଙ୍କ ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପ କାହା ସ୍ୱାର୍ଥରେ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରଶ୍ନ କରିଛନ୍ତି କହିଛନ୍ତି।ଆଜି ପୁଣି ଥରେ ନିର୍ବାଚନ କମିଶନଙ୍କ ନିକଟରେ ଭାରତୀୟ ଜନତା ପାର୍ଟି ତରଫରୁ ପୋଲିଂ ଦାୟୀତ୍ବରେ ଥିବା ସମସ୍ତ କର୍ମଚାରୀଙ୍କୁ ଭୋଟ ଦାନ କରିବା ପାଇଁ ସୁଯୋଗ ଦେବାକୁ ଦାବୀ କରାଯାଇଛି ।ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ, ବିଜେପି ଲିଗାଲ ସେଲର ରବିଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା ଏବଂ ମହେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ପଂଚାୟତ ନିର୍ବାଚନ ପୋଲିଂ ଦାୟିତ୍ବରେ ଥିବା ସମସ୍ତଙ୍କୁ ଭୋଟଦାନରୁ ବଞ୍ଚିତ କାହିଁକି ଓ କାହା ସ୍ୱାର୍ଥରେ...