ଆଇନାବନ୍ଧ ପୋଖରୀର ବିଷାକ୍ତ ପାଣିକୁ ନେଇ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଅଦାଲତ ମାମଲା ।

0
262

ବ୍ରହ୍ମପୁର ,୧୬/୦୨/୨୦୨୨ :
ବ୍ରହ୍ମପୁର ମହାନଗର ନିଗମ ପୁରୁଣା ବ୍ରହ୍ମପୁର ଅନ୍ତାର୍ଗତ ୧୦ନଂ ୱାର୍ଡରେ ଥିବା ପୁରାତନ ଆଇନାବନ୍ଧ ପୋଖରୀର ଦୂଷିତ ଏବଂ ବିଷାକ୍ତ ପାଣିକୁ ନେଇ ଅଞ୍ଚଳବାସୀଙ୍କ କ୍ଷୋଭ ପ୍ରକାଶ ପାଇଛି । ବହୁ ପୁରାତନ ଏହି ପୋଖରୀ ଦ୍ଵାରା ଆଖପାଖ ଅଞ୍ଚଳର ସ୍ଥାନୀୟ ବସ୍ତି ବାସିନ୍ଦା ଦୈନନ୍ଦିନ ୩ ହଜାର ଲୋକ ସ୍ନାନଶୌଚ ପାଇଁ ନିର୍ଭର କରି ଆସୁଅଛନ୍ତି । ଅଧୁନା ବନ୍ଧର ପାଣି ବିଷାକ୍ତ ତଥା ବ୍ୟବହାର ଅନୁପଯୋଗୀ ହୋଇଥିବା କାରଣରୁ ପିଇବା ତ ଦୂରର କଥା ଗାଧୋଇ ବା ପାଇଁ ଉପଯୁକ୍ତ ହୋଇ ରହିନାହିଁ l ଏଠାରେ ଗାଧୋଇଲେ ଲୋକଙ୍କୁ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି l ବ୍ରହ୍ମପୁର ସହରର ପ୍ରାୟ ଶହେ ବର୍ଷର ପୁରୁଣା ଜଳଉତ୍ସ ଆଇନାବନ୍ଧ ପୋଖରୀ ।ବର୍ଷ ବର୍ଷ ଧରି ଏହି ବନ୍ଧ ତଥା ଜଳାଶୟ ଉପରେ ଆଖପାଖ ଅଞ୍ଚଳବାସୀ ନିର୍ଭର କରିଆସୁଛନ୍ତି । ବିଶେଷ କରି ବସ୍ତି ବାସିନ୍ଦା ଏହି ପୋଖରୀ ଉପରେ ଆଜି ବି ନିର୍ଭରଶୀଳ । ବନ୍ଧଟି ପରିଣତ ଅବସ୍ଥାରେ ରହିଥିବା ବେଳେ ଏହାର ପାଣି ଏବେ ସ୍ନାନଶୌଚ ପାଇଁ ବି ଅନୁପଯୋଗୀ ସହ ଆବର୍ଜନାରେ ଭର୍ତ୍ତି ହୋଇଗଲାଣି । ସ୍ଥାନୀୟ ଜନସାଧାରଣ ବହୁବାର ମହାନଗର ନିଗମ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ପ୍ରଶାସନ ଚୁପ ରହିଛି lଏଥିନେଇ ଆଇନଜୀବୀ ମନୋଜ ପଟ୍ଟନାୟକ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଧାରା ୧ ୩ ୩ ପ୍ରକାରେ ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଉପଖଣ୍ଡ ସ୍ତରୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ବ୍ରହ୍ମପୁର ମହାନଗର କମିଶନରଙ୍କୁ ପକ୍ଷ କରି ଏକ ମୋକଦ୍ଦମା ରୁଜୁ କରି ଯୁଦ୍ଧକାଳୀନ ଭିତ୍ତିରେ ଆଇନବନ୍ଧର ପାଣି ସଫା କରିବା ଏବଂ ବନ୍ଧ ଚାରିପଟେ ଇଟାକାନ୍ଥ ନିର୍ମାଣ କରିବା ତଥା ପ୍ରତିକାର ବ୍ୟବସ୍ଥା ପାଇଁ ଅଦାଲତରେ ପ୍ରାର୍ଥନା କରିଛନ୍ତି l

LEAVE A REPLY

Please enter your comment!
Please enter your name here