ଗୃହ ଓ ନଗର ଉନ୍ନୟନ ବିଭାଗଙ୍କ ବିଜ୍ଞପ୍ତିକୁ ଭିତ୍ତିକରି ବ୍ରହ୍ମପୁର ମେୟର ପଦବୀକୁ ଏକ ବିକୃତ ସମ୍ବିଧାନିକ ସଂରକ୍ଷଣ କରାଯିବା ନୀତି ବିରୋଧରେ ହାଇକୋର୍ଟରେ ମାମଲା

0
485

ବ୍ରହ୍ମପୁର / କଟକ: ୨୨/୦୨/୨୦୨୨: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ଜାନୁଆରୀ ୨୮ ତାରିଖରେ ଓଡ଼ିଶାର ୩ ଗୋଟି ମହାନଗର ନିଗମର ପଦ ପାଇଁ ଚୂଡ଼ାନ୍ତ ଚିଠା ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣକୁ ନେଇ ପୂର୍ବରୁ ସର୍ବସାଧାରଣଙ୍କ ପକ୍ଷରୁ ବହୁ ଆପତ୍ତି ଓ ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ପ୍ରକାଶିତ ଚୂଡ଼ାନ୍ତ ପ୍ରକ୍ରିୟାକୁ ଭିତ୍ତିକରି ବ୍ରହ୍ମପୁର ମେୟର ପଦକୁ ଏକ ବିକୃତ ସମ୍ବିଧାନିକ ସଂରକ୍ଷଣ ନୀତିକୁ ନେଇ ମାନ୍ୟବର ହାଇକୋର୍ଟରେ ଗତ ୧୦ ତାରିଖରେ ନଂ. ଡବ୍ଲୁ.ପି (ସି)- ୪୩୮୩/୨୨ରେ ଏକ ରିଟ୍‌ ପିଟିସନ୍‌ ବରିଷ୍ଠ ଆଇନଜୀବୀ ନିରଞ୍ଜନ ପାଣିଗ୍ରାହୀ ଓ ପିଟିସନ୍‌ର ଭାବେ ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ତଥା ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକଙ୍କ ତରଫରୁ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଥିଲା ।ସୂଚନା ମୁତାବକ ଯାହାକି ପୂର୍ବ ନିର୍ବାଚନରେ ମେୟର ପଦବୀ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ସମ୍ବିଧାନର ୨୪୩ଟି (୭୪ ଆମେଣ୍ଡମେଣ୍ଡ) ଧାରା ୧୯୯୨ ପରିବର୍ତ୍ତିତ ଧାରା ୧୪ (୪) ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ୍‌ ଆକ୍ଟ- ୨୦୦୩ ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମର ମେୟର ପଦକୁ ପୁଣି ମହିଳା ବଦଳରେ ସାଧାରଣ କିମ୍ବା ଅନୁସୂଚିତ ଜାତିର ପୁରୁଷଙ୍କ ପାଇଁ ସଂରକ୍ଷଣ ରଖିବା ଉଚିତ ।ଏଣୁ ଚଳିତ ଥର ଏଥିରେ ପରିବର୍ତ୍ତନ ଆବଶ୍ୟକ । ଗତ ଜନଗଣନା ଅନୁଯାୟୀ ପୁରୁଷ ଓ ମହିଳାମାନଙ୍କ ସଂଖ୍ୟାଗତ ଅନୁପାତକୁ ତୁଳନା କଲେ ପ୍ରତି ହଜାରେ ପୁରୁଷରେ ପ୍ରାୟ ୯୨୦- ୯୭୯ ମହିଳା ଥିବା ବେଳେ କେଉଁ ଆଧାରକୁ ଭିତ୍ତିକରି ମହିଳା ସଂରକ୍ଷଣକୁ ସ୍ଥିର କରାଗଲା ? ପ୍ରତି ୫ ବର୍ଷରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ସମାଜର ପ୍ରତ୍ୟେକ ବର୍ଗକୁ ସୁଯୋଗ ମିଳିବା ଆବଶ୍ୟକ। ଭାରତୀୟ ସମ୍ବିଧାନରେ ମଧ୍ୟ ଏହାକୁ ନେଇ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ଏଣୁ ମେୟର ପଦବୀ ସଂରକ୍ଷଣ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାର ସମସ୍ତ ବର୍ଗର ଲୋକଙ୍କୁ ସୁଯୋଗ ଦିଆଯାଉଅଛି ।ଚିଠି ନଂ. ୮୪୩ ତା- ୨୨ ଜାନୁଆରୀ ପ୍ରଥମ ବିଜ୍ଞପ୍ତିର ୧୫ ଦିନ ଭିତରେ ସାଧାରଣ ଲୋକଙ୍କ ସୂଚନା ଅଭିଯୋଗ ଓ ସଂଶୋଧନ ପ୍ରସ୍ତାବ ନିମନ୍ତେ ଆବେଦନ ଗ୍ରହଣ ଗୁଡ଼ିକୁ ନାମକୁ ମାତ୍ର ଔପଚାରିକତା ଓ ସଠିକ୍ ବିଚାରକୁ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟି ନ ଦେଇଥିବାରୁ ମାନ୍ୟବର ହାଇକୋର୍ଟ ଏହାକୁ ଭିତ୍ତି କରି ଗତ ୧୭ ତାରିଖରେ ଏକ ନିର୍ଦ୍ଦେଶନାମା ଦେଇଥିଲେ, ଯାହାକି ଆଗାମୀ ୭ ଦିନ ମଧ୍ୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପୂର୍ଣ୍ଣାଙ୍ଗ ତଥ୍ୟ ଦେବାକୁ କୁହାଯାଇଛି । ଅପରପକ୍ଷରେ ଅନୁଚ୍ଛେଦ ୧୪ ପ୍ରାକୃତିକ ନ୍ୟାୟର ମୂଳ ସିଦ୍ଧାନ୍ତ ଓ ନିତୀ ନିୟମ ଅନୁଯାୟୀ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରେ ଆଶାର ସଂଚାର ଦେଖାଦେଇଛି । ଉକ୍ତ ରିଟ୍‌କୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ବ୍ରହ୍ମପୁର ସହରର ଜନସାଧାରଣଙ୍କ ପକ୍ଷରୁ ବିପୁଳ ସମର୍ଥନ ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here