ପାତ୍ରପୁର ସମିତି ଦାଖଲ କରି ୨୦ ବର୍ଷର ବିଜେଡି ଗଡରେ ବାନା ଉଡେଇଲା ବିଜେପି

0
877

ବ୍ରହ୍ମପୁର, ୧୨/୦୩/୨୦୨୨: ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଶାସକଦଳ ବିଜେଡି ତାର ଉପନିବେଶବାଦ ଧାରାରେ ସଂଖ୍ୟା ଖେଳରେ ନିଜର ଦବଦବା ପ୍ରତିପାଦିତ କରିଅଛି । ପ୍ରଶାସନିକ ରାଜ ଚଲାଇ ସୁଚିନ୍ତିତ କୌଶଳରେ ଜିଲ୍ଲାରେ ବିଜେଡ଼ି ଆଶାତୀତ ସଫଳତା ପାଇଥିଲେ ମଧ୍ୟ ପାତ୍ରପୁର ସମିତି ଦଖଲରେ ନିଜକୁ ଅସହାୟ ସ୍ଥିତିରେ ଦେଖିବାକୁ ମିଳିଅଛି । ଅନୁଷ୍ଠିତ ଆଜିର ସମିତି ଅଧ୍ୟକ୍ଷ ନିର୍ବାଚନ ଫଳାଫଳ ଘୋଷଣା ପ୍ରକାରେ ବିଜେପି ସମର୍ଥିତ ଏଦୁରୁ ସଞ୍ଜୁକ୍ତା ପାତ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଥିବା ଜଣାପଡିଛି । ଗୁଡିପଦର ପଞ୍ଚାୟତର ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ସେ କଡା ଟକ୍କରରେ ୨୯ ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଆଜି ଅନୁଷ୍ଠିତ ସମିତି ଅଧ୍ୟକ୍ଷ ନିର୍ବାଚନରେ ଏ ,ସଂଯୁକ୍ତା ପ୍ରତିଦ୍ବନ୍ଦିତା କରି ୧୪ ଖଣ୍ଡ ଭୋଟ ପାଇଥିବା ବିଜେଡି ସମର୍ଥିତ ପ୍ରାର୍ଥୀ ନାରାଦା ଶାନ୍ତାମା ଖମ୍ବାରୀ ଗାଁ ସମିତି ସଭ୍ୟା ସମିତି ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ୯ ଖଣ୍ଡ ଭୋଟ ପାଇଛନ୍ତି । ଏଦୁରୁ ସଞ୍ଜୁକ୍ତା ୫ ଖଣ୍ଡ ଭୋଟରେ ବିଜୟୀ ହାସଲ କରିଥିବା ସୂଚନା ରହିଅଛି । ୨୦ ବର୍ଷ ଧରି ଶାସକଦଳ ବିଜେଡିର କବଜାରେ ଥିବା ପାତ୍ରପୁର ବ୍ଳକ ଅଧ୍ୟକ୍ଷ ପଦବୀ ସମ୍ପ୍ରତି ବିଜେପି କବଜାକୁ ଆସିଥିବା ନେଇ ଖବରପ୍ରଚାରିତ ପରେ ବ୍ଲକ୍ ବିଜେପିରେ ଖୁସିର ମାହଲ ଖେଳିଯାଇଛି । ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ଏହା ବଡ଼ ସଫଳତା ଭାବେ ଆଲୋଚନାକୁ ଆସିଅଛି । ପାତ୍ରପୁର ବ୍ଳକରେ ଏହାକୁ ନେଇ ବଡ଼ ଧରଣର ପରିବର୍ତ୍ତନର ଆଶା କରାଯାଉଥିବା ବେଳେ ବହୁ ବର୍ଷ ଧରି ବ୍ଳକ ଅନ୍ତର୍ଗତ ତେଲୁଗୁ ବେଲ୍ଟରେ ସମିତି ଅଧ୍ୟକ୍ଷ ପଦବୀ ମିଳିବା ଖବର ଶୁଣି ତେଲୁଗୁ ଭାଷାଭାଷୀଙ୍କ ମହଲରେ ଉଲ୍ଲାସ ଭାବ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here