ସରିଲା ପୌର ଭୋଟ, ଗଞ୍ଜାମ ରେ ୫୮.୩୩ ପ୍ରତିଶତ ଭୋଟର ଙ୍କ ମତଦାନ

0
345

ବ୍ରହ୍ମପୁର, ୨୪/୦୩/୨୦୨୨:ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ମହାନଗମ ନିଗମ, ହିଞ୍ଜିଳି ମୁନିସିପାଲିଟି ସମେତ ମୋଟ ୧୬ଟି ଏନ ଏ ସି ପାଇଁ ଆଜି ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାରେ ମୋଟ ୨୮୨ ଓ୍ବାର୍ଡ ପାଇଁ ୫୨୭ ଟି ଭୋଟ କେନ୍ଦ୍ର ରେ ଜିଲ୍ଲା ର ମୋଟ ୪,୮୧,୦୭୦ ଭୋଟର ଙ୍କ ମଧ୍ୟରୁ ଆଜି ୨,୮୦,୬୦୧ ଜଣ ମତଦାନ କରିଛନ୍ତି।ଯାହାକି ଗଞ୍ଜାମ ଜିଲ୍ଲା ମୋଟ ୫୮ ପ୍ରତିଶତ ଭୋଟ ଦାନ ହୋଇଥିବା ରେକର୍ଡ କରାଯାଇଛି।ବ୍ରହ୍ମପୁର ମହାନଗର ନିଗମ ର ୪୨ଟି ଓ୍ବାର୍ଡ ପାଇଁ ୨୫୦ଟି ଭୋଟ ଦାନ କେନ୍ଦ୍ର ରେ ମୋଟ ୨,୫୫,୩୨୬ ଭୋଟରଙ୍କ ମଧ୍ୟରୁ ୧,୩୩,୬୬୯ ଭୋଟର ନିଜର ମତଦାନ କରିଛନ୍ତି।ଯାହାକି ୫୨ପ୍ରତିଶତ ଭୋଟ ଦାନ ହୋଇଥିବା ରେକର୍ଡ କରାଯାଇଛି।
ସେପରି ଗୋପାଳପୁର ଏନ ଏ ସି ର ୧୧ଟି ଓ୍ବାର୍ଡ ପାଇଁ ୧୧ଟି ଭୋଟ ଗ୍ରହଣ କେନ୍ଦ୍ର ରେ ମୋଟ ୭୬୫୫ ଭୋଟରଙ୍କ ମଧ୍ୟରୁ ୩୯୯୯ ଜଣ ମତଦାନ କରିଛନ୍ତି ।ଯାହାକି ୫୨ ପ୍ରତିଶତ ଭୋଟ ଗ୍ରାମ୍ୟ ହୋଇଥିବା ରେକର୍ଡ କରାଯାଇଛି।ସେପରି ଆସ୍କା ଏନ ଏ ସି ର ୧୮ ଟି ଓ୍ବାର୍ଡ ପାଇଁ ୨୧ ଭୋଟ ଦାନ କେନ୍ଦ୍ର ରେ ୧୭୨୬୦ ଭୋଟର ଙ୍କ ମଧ୍ୟରୁ ମୋଟ ୧୦,୭୨୧ ଜଣ ମତଦାନ କରିଛନ୍ତି।ଯାହାକି ୬୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।ବେଲଗୁଣ୍ଟା ଏନ ଏ ସି ର ୧୩ ଟି ଓ୍ବାର୍ଡ ପାଇଁ ୧୪ ଟି ଭୋଟ ଦାନ କେନ୍ଦ୍ର ରେ ୯୯୯୨ଭୋଟରଙ୍କ ମଧ୍ୟରୁ ମୋଟ ୬୦୭୯ ଜଣ ମତଦାନ କରିଛନ୍ତି ।ଯାହାକି ୬୦ପ୍ରତିଶତ ଭୋଟ ଦାନ ରେକର୍ଡ କରାଯାଇଛି।ରମ୍ଭା ରେ ସର୍ବାଧିକ ୭୮ପ୍ରତିଶତ ଭୋଟ ଗ୍ରହଣ ରେକର୍ଡ କରାଯାଇଛି।ସେଠାରେ ୧୩ଟି ଓ୍ବାର୍ଡ ପାଇଁ ୧୩ ଟି ଭୋଟ ଦାନ କେନ୍ଦ୍ର ରେ ମୋଟ ୯୩୦୦ ଭୋଟର ଙ୍କ ମଧ୍ୟରୁ ୭୨୭୭ ଜଣ ଭୋଟ ଦାନ କରିଛନ୍ତି। ସେପରି ଚିକିଟି ଏନ ଏ ସି ର ୧୨ ଓ୍ବାର୍ଡ ପାଇଁ ୧୩ ଭୋଟ ଦାନ କେନ୍ଦ୍ର ରେ ୧୦୭୨୦ ଭୋଟରଙ୍କ ମଧ୍ୟରୁ ମୋଟ ୭୭୫୩ ଜଣ ମତଦାନ କରିଛନ୍ତି।ଯାହାକି ୭୨ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here