ଚିଙ୍ଗୁଡିଖୋଲରେ ଯକ୍ଷ୍ମା ରୋଗ ନିରାକରଣ ସଚେତନତା କାର୍ଯ୍ୟକ୍ରମ

0
476

ବ୍ରହ୍ମପୁର, ୧୨/୦୪/୨୦୨୨(ଟୁକୁନା ପ୍ରଧାନ)-: ଭାରତକୁ ଯକ୍ଷ୍ମା ରୋଗ ମୁକ୍ତ କରିବା ଉଦ୍ଦେଶ୍ୟରେ ଭାରତ ଓ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଯକ୍ଷ୍ମା ରୋଗ ପ୍ରତିକାର କରିବା ପାଇଁ ଦେଶ ତଥା ରାଜ୍ୟର ଅନେକ ସ୍ଥାନରେ ମାର୍ଚ୍ଚ ୨୪ ଠାରୁ ଏପ୍ରେଲ୍ ୧୪ ପର୍ଯ୍ୟନ୍ତ ଏକୋଇଶି ଦିନ ଧରି ଯକ୍ଷ୍ମା ହାରିବ ଭାରତ ଜିତିବ କାର୍ଯ୍ୟକ୍ରମ ହେଉଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗ୍ରାମରେ ଯକ୍ଷ୍ମା ରୋଗ ସମ୍ବଦ୍ଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଚେତନତା ରାଲି ମାଧ୍ୟମରେ ଗ୍ରାମ ପରିକ୍ରମା କରିବା ସହ ଶପଥ ପାଠ କରି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ଯକ୍ଷ୍ମା ହାରିବ ଦେଶ ଜିତିବ ଏହି ସ୍ଲୋଗାନ ଦେଇ ଗ୍ରାମବାସୀଙ୍କ ଉପସ୍ଥିତରେ ରାଲି କରିବା ସହ ଲୋକଙ୍କୁ ସଚେତନ କରାଯାଇଛି । ଏଥିରେ କୋଦଳା ଏସଟିଏସ ଗୀତରାଣୀ ପାଢ଼ୀ, ଏଏନଏମ ସିନେମା ନାଥ, ଚିଙ୍ଗୁଡ଼ିଖୋଲ ସିଏଚଓ ସବିତା ସାହୁ, ଟିବିସି ଲିକି ରାଉତ, ଏମବିକେ ଲିଜା ରାଉତ, ସିଆରପି ରୁନୁ ମହାରଣା, ଅଙ୍ଗନବାଡି କର୍ମୀ କୁନିମଣୀ ପଣ୍ଡା, ଛବି ମହାରଣା, ଦେବଜାନୀ ଦାସ, ଆଶା କର୍ମୀ ଝୁନୁ ପ୍ରଧାନ, ପ୍ରତିମା ମୁଦୁଲିଙ୍କ ସହ ଚିଙ୍ଗୁଡ଼ିଖୋଲ ଗ୍ରାମ ର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here