ସୁମଣ୍ଡଳ ଠାରେ ସ୍ୱାଭିମାନ ଦିବସ ପାଳିତ

0
276

ବ୍ରହ୍ମପୁର, ୨୮/୦୪/୨୦୨୨(ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି । ସମ୍ବାଦ ସାହିତ୍ୟଘର ସମ୍ପାଦକ ରବୀନ୍ଦ୍ରନାଥ ମହାରଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଆର. ରଘୁନାଥ ଦୋରା ଯୋଗଦେଇ ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ସୁମଣ୍ଡଳ ପଞ୍ଚାୟତ ସରପଞ୍ଚ ଶିବଶଙ୍କର ବାରିକ ,ସମିତିସଭ୍ୟ ସନ୍ତୋଷ କୁମାର ସାହୁ ଯୋଗଦେଇ ମଧୁବାବୁଙ୍କ ଓଡିଶା ସହ ସମ୍ପର୍କ ଉପରେ ନିଜ ବକ୍ତବ୍ୟ ରଖିଥିଲେ । ଏହା ସହିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପି. କୃଷ୍ଣଚନ୍ଦ୍ର ଦୋରା,ସୁଶୀଲ କୁମାର ବିଶ୍ବାଳ, ଛାତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଦେବେନ୍ଦ୍ର କୁମାର ମହାରଣା ଆଜିର ଦିବସ ପାଳନ ଉପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ମଧୁବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଛାତ୍ରୀ ଏ. କନ୍ୟାକୁମାରୀ ଓ ତୁଳସୀ ଗୌଡ଼ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଶେଷରେ ସୁଶୀଲ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ପାଣ୍ଡି, ରାଜେନ୍ଦ୍ର କୁମାର ପାତ୍ର, ବସନ୍ତ କୁମାର ବାରିକ,ରାମ ଚନ୍ଦ୍ର ବିଶ୍ୱାଳ, ବିକ୍ରମ କେଶରୀ ଜେନା, ମହେନ୍ଦ୍ର କୁମାର ଗୌଡ଼, ଶୁଭକାନ୍ତ ଗୌଡ଼, ବିଜୟ କେତନ କାଣ୍ଡି, ମମତା ସୁଆର, ଗୋବିନ୍ଦ ଚନ୍ଦ୍ର ଜେନା ,ମଳୟ କୁମାର ସାହୁଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ବୁଦ୍ଧିଜୀବୀ, ନାଏବ ସରପଞ୍ଚ ପ୍ରତିନିଧି, ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ, ବେଗୁନିଆପଡା ସମ୍ବାଦ ସାହିତ୍ୟ ଘର ସଦସ୍ୟ, ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here