ପାଟପୁର ଦିବ୍ୟଜୀବନ ସଂଘର ସାଧନା ଦିବସ ପାଳିତ।

0
194

ସାନଖେମୁଣ୍ଡି ,୧୫/୦୫/୨୦୨୨: ଦିବ୍ୟଜୀବନ ସଙ୍ଘ ପାଟପୁର ଶାଖା ପକ୍ଷରୁ ସାଧନା ଦିବସ ଅନୁଷ୍ଠିତ ହୋଇଯାଇଛି ।ଶାଖା ସଭାପତି ଅଶୋକ କୁମାର ବେହେରାଙ୍କ ସଂଯୋଜନାରେ ଆୟୋଜିତ ସାଧନା ଦିବସ କାର୍ଯ୍ୟକ୍ରମରେ ବିଶ୍ଵ କଲ୍ୟାଣ ନିମିତ୍ତ ପାଦୁକା ପୂଜା, ବିଶ୍ୱ ବାଣୀ, ଭଜନ, କୀର୍ତ୍ତନ ଓ ଗୁରୁଙ୍କ ବାଣୀ ଉପରେ ଆଲୋକପାତ କରାଯାଇଥିଲା। ମୁଖ୍ୟ ଅତିଥି ସ୍ୱାମୀ ଗୋବିନ୍ଦନନ୍ଦ ସରସ୍ବତୀ ମାନବସମାଜର ମୁକ୍ତିର ମାର୍ଗ ଉପରେ ଆଲୋଚନା କରିଥିଲେ ।ସ୍ୱାମୀ ଶନିଷ୍ଟାନନ୍ଦ ସରସ୍ବତୀ ଯୋଗ ଦେଇ ସାମାଜିକ ପରିବର୍ତ୍ତନର ଆବଶ୍ୟକତା ଉପରେ ବିଶେଷ ମତ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୁରୁ ଭାଇ କୁଞ୍ଜବିହାରୀ ପାଢ଼ୀ, କୃଷ୍ଣ ଚରଣ ପତି, ବିଜୟ କୁମାର ରଥ, ଶିକ୍ଷକ କାମଦେବ ନାୟକ, ଆର. ରଘୁନାଥ ଦୋରା, ସୁରେଶ ନାହାକ, ବାବୁ ପ୍ରଧାନ, ପ୍ରକାଶ ଚନ୍ଦ୍ର ରଥ, ଉଦୟ ରେଡି, ଶ୍ରୀପତି ସ୍ୱାଇଁ ଓ କାହ୍ନମହାରଣା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here