ଦିବ୍ୟ ଜୀବନ ସଂଘ, ମହିଳା ଶାଖା ତରଫରୁ ନାରାୟଣ ସେବା

0
252

ବ୍ରହ୍ମପୁର,୧୬/୦୫/୨୦୨୨: ଦିବ୍ୟ ଜୀବନ ସଂଘ, ମହିଳା ଶାଖା ତରଫରୁ ପବିତ୍ର ବୃଷ ସଂକ୍ରାନ୍ତି ଓ ବୈଶାଖ ମାସ ଉପଲକ୍ଷେ ଆଶ୍ରମ ପରିସରରେ ହନୁମାନ ଚାଳିଶା, ସହିତ ସୁନ୍ଦରକାଣ୍ଡ ମହା ଆଡମ୍ବରରେ ପାଠ କରାଯାଇଛି । ଗୁରୁ ସ୍ବାମୀ ଶିବାନନ୍ଦ ମହାରାଜାଙ୍କ ପବିତ୍ର ବାଣୀ ମାନବ ସେବାହିଁ ମାଧବ ସେବାକୁ ଆଧାର କରି ପ୍ରାୟ ୩୭ ନାରାୟଣଙ୍କୁ ସ୍ଵାଦିଷ୍ଠ ଭୋଜନ ସହିତ ଛତା ବଣ୍ଟନ କରାଯାଇଥିଲା । ସ୍ଥାନୀୟ ଗାନ୍ଧୀ ନଗର ଓ ଗୁଡସେଡ୍ ରୋଡସ୍ଥିତ ସାବତ ବଙ୍ଗଳାର ବୃଦ୍ଧାଶ୍ରମର ସମସ୍ତ ଅନ୍ତବାସୀଙ୍କୁ ଅନ୍ନ ପ୍ରସାଦ ଦିଆଯାଇଥିଲା । ଏହି ଅବସରରେ ଅଞ୍ଚଳର ପ୍ରାୟ ଶତାଧିକ ଭକ୍ତ ଉପସ୍ଥିତ ରହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ପ୍ରସାଦ ସେବନ କରିଥିଲେ । ଏହି ସବୁ ଦିବ୍ୟ କାର୍ଯ୍ୟକ୍ରମକୁ ଦକ୍ଷିଣାଞ୍ଚଳ ସମନୟ ସମିତିର କୋଷାଧ୍ୟକ୍ଷ ଶାନ୍ତ ଭୁଷଣ ପଣ୍ଡା, ରବିନ୍ଦ୍ର ନାଥ ଦାସ, ଅରୁଣ ଦାସ, ଅଲେଖ ବେହେରା, ଶକୁନ୍ତଳା, ମମତା ମହାପାତ୍ର, ସାରଦା ଦାସ, ସରସ୍ଵତୀ ପାଣିଗ୍ରାହି, ଶିବାଜି ବେହେରା, ସିମାଞ୍ଚଳ ପ୍ରଧାନଙ୍କ ସମେତ ବହୁ ଗୁରୁ ଭାଇ ଭଉଣୀମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here