ଶବର ସମାଜ କଲ୍ୟାଣ ସମିତିର ଶ୍ରଦ୍ଧାଞ୍ଜଳି ସମାବେଶ

0
284

ସାନଖେମୁଣ୍ଡି ,୧୬/୦୫/୨୦୨୨: ଗଞ୍ଜାମ ଗଜପତି ଜିଲ୍ଲା ଶବରସମାଜ କଲ୍ୟାଣ ସମିତିର ବିଶିଷ୍ଟ ସମାଜସେବୀ ମାର୍ଗଦର୍ଶକ ସ୍ୱର୍ଗତ ଭୀମସେନ ମଣ୍ଡଳଙ୍କ ପ୍ରଥମବାର୍ଷିକ ସ୍ମୃତିଚାରଣ ସଭା ତପ୍ତପାଣି ନିକଟସ୍ଥ ବେଲଗଡ ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି। ଶବରସମାଜ କଲ୍ୟାଣ ସମିତି ପକ୍ଷରୁ ଜିଲ୍ଲା ସଭାପତି ଭାସ୍କର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟାଅତିଥି ଭାବେ ଶବର ସମାଜ ସର୍ବୋଚ୍ଚ ସଭାପତି ଝାମ୍ପରା ରଇତ ମୁଖ୍ୟବକ୍ତା ସର୍ବୋଚ୍ଚ ମାର୍ଗଦର୍ଶକ ଡମ୍ବରୁ ଶବର ସମାଜସେବୀ ଅରକ୍ଷିତ ମଣ୍ଡଳ ଆର୍ଏସଏସ ଗଞ୍ଜାମ ବିଭାଗ ସେବା ପ୍ରମୁଖ ସିମାଞ୍ଚଳ ମିଶ୍ର ମଣ୍ଡଳୀ ସଭାପତି କନ୍ଧ ବଡରଇତ ସଂଗଠକ ଡମ୍ବରୁଧର ମଣ୍ଡଳ ଆସାଢ଼ିଆ ଭୁୟାଁ ବନବାସୀ କଲ୍ୟାଣ ଆଶ୍ରମ ଜିଲ୍ଲା ସମ୍ପାଦକ ସୁରିଆ ଗମାଙ୍ଗ ଯୁଗ୍ମ ସମ୍ପାଦକ ଏଜେଶ୍ୱର ମଣ୍ଡଳ ଶବର ସମାଜ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ଶବର ଶ୍ୟାମ ଗମାଙ୍ଗ ସୁନ୍ଦର ଗମାଙ୍ଗ ପୂର୍ଣଚନ୍ଦ୍ର ଗମାଙ୍ଗ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ସ୍ବାଇଁ ସଭାନେତ୍ରୀ ତରା ଗମାଙ୍ଗା ଜାନକୀ ଦଳବେହେରା ପ୍ରଧାନଶିକ୍ଷକ ମାଧବ ଶବର ବେନା ବଡରଇତ ସନ୍ତୋଷ ଦଳେଇ ମଜେସ ମଣ୍ଡଳ ସନ୍ଦ୍ରୁ ଗମାଙ୍ଗ ସୁବାଷ ପୂଜାରୀ ତବତ ମଣ୍ଡଳ ଡମ୍ବରୁ ରଇତ ଗୁରୁପଦ ମଣ୍ଡଳ ଙ୍କ ସମେତ ଆଖ ପାଖ ଗ୍ରାମବାସୀ ଭଜନ କୀର୍ତ୍ତନ ସତସଙ୍ଗ ପୁଷ୍ପମାଲ୍ୟ ଅର୍ପଣ ସହ ଆଦିବାସୀ ଇଲାକାର ବିକାଶ ଶବର ସମାଜ ସଙ୍ଗଠନରେ ଭୀମ ମଣ୍ଡଳଙ୍କ ଦକ୍ଷତା ଓ ଅବଦାନ ସମ୍ପର୍କରେ ଆଲୋକପାତ ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଗଙ୍ଗାଜମୁନ ବଂଶର ପୂର୍ଣ୍ଣଚନ୍ଦ୍ର ରଇତ ପରିଚାଳନା କରିଥିଲେ।

ବିନାୟକ ଦାଶଙ୍କ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here