ପୋଲସରା ଏନଏସି ରେ ଜଳ ସ୍ୱଚ୍ଛତା ଦିବସ ଓ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ

0
217

ପୋଲସରା, ୧୬/୦୫/୨୦୨୨ : ପୋଲସରା ଏନଏସି ପ୍ରଶାସନ ପକ୍ଷରୁ ମଇ ୧୬ ତାରିଖ, ସୋମବାର ଦିନ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ପ୍ରକାରରେ ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ ନେତୃତ୍ୱରେ “ଜଳ ସ୍ୱଚ୍ଛତା ଦିବସ” ସହ “ମୋ ସ୍ବାଭିମାନ ସ୍ବଛ ଗଞ୍ଜାମ” କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ପୋଲସରା ଏନଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷ , କାର୍ଯ୍ୟନିର୍ବାହୀ ଅଧିକାରୀ, କାଉନସିଲର ବୃନ୍ଦଙ୍କ ସହ ଅନ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ପୋଲସରା ସହରର ବିଭିନ୍ନ ଓ୍ବାର୍ଡ ପରିକ୍ରମା କରିଥିଲେ। ଜଳ ସ୍ବଛତା ସହ ସ୍ବଛ ଭାରତ ମିଶନକୁ ସାକାର କରିବା ପାଇଁ ନିଜ ନିଜ ସାହିକୁ ସଫାସୁତୁରା ରଖିବା ସହିତ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ନିମନ୍ତେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ଏଥିସହିତ ପୋଲସରା ସହରରେ ଥିବା ବାଲି ବନ୍ଧ ସଫା କରିବା ସହ ବନ୍ଧ ହିଡରେ ନଡିଆ ଗଛ ରୋପଣ କରା ଯାଇଥିଲା। ସିଦ୍ଧିପୁରରେ ଜଳ ସଂରକ୍ଷଣ ପାଇଁ କାର୍ଯ୍ୟ କରାଯାଇଥିଲା। ଏନଏସି ର ପରିମଳ ଅଧିକାରୀଣୀ ତେଜସ୍ୱିନୀ ନାୟକ ଓ ଚନ୍ଦନ ପୋଲାଇଙ୍କ ତତ୍ତ୍ୱାବଧାନରେ ସ୍ବଛ ସାଥି, ଆତ୍ମା ସହାୟିକା ଗୋଷ୍ଠୀଙ୍କ ସମେତ ଏନଏସି ସଫେଇ କର୍ମଚାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇକଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here