କଳମ୍ବ ର ବିକାଶ ହତ୍ୟା ଘଟଣା ,ମୁଖ୍ୟ ଅଭିଯୁକ୍ତ ଗିରଫ

0
261

ପୋଲସରା, ୧୬/୦୫/୨୦୨୨: ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମରେ ଗତ ଶନିବାର ରାତିରେ ବିକାଶ ସାହୁଙ୍କ ଗଳାକାଟି ହତ୍ୟା ଘଟଣାରେ ପୋଲସରା ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାଗିରଥି ପ୍ରଧାନ ଓରଫ ସମ୍ବାରିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏଥିସହ ହତ୍ୟାକାଣ୍ଡ ରେ ବ୍ୟବହୃତ ହୋଇଥିବା ଅସ୍ତ୍ରକୁ ମଧ୍ଯ ପୋଲିସ୍ ଜବତ କରିଛି । ଶନିବାର ରାତିରେ କଳମ୍ବ ଗ୍ରାମର ବିକାଶ ସାହୁ ଓରଫ କାଉ(୨୮) କୁ ଦୁବୃର୍ତ୍ତମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ନାମଯଜ୍ଞ ଚାଲିଥିବା ସମୟରେ କିଛି ଯୁବକ ପେଁକାଳି ବଜାଇବାକୁ ନେଇ ବିକାଶ ସହ ଏକ ଗୋଷ୍ଠୀର ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାକୁ ନେଇ କଳମ୍ବ ଗ୍ରାମରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଶନିବାର ରାତ୍ର ୧୦-୩୦ ସମୟରେ କଳମ୍ବ ଗ୍ରାମରେ ଜ୍ଞାନଯଜ୍ଞ ଚାଲିଥିଲା । ପୂର୍ବ ଯୋଜନା ପ୍ରକାରେ ବିକାଶଙ୍କ ବିରୋଧୀ ଗୋଷ୍ଠୀ ବିଦ୍ୟାଳୟ ସାହି ଛକରେ ଜଗିଥିଲେ। ବିକାଶ ଘରକୁ ଆସିବା ସମୟରେ ସଂଘବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ବିକାଶର ଗଳାକାଟି ହତ୍ଯା କରିଥିଲେ । ଅଭିଯୋଗ ପ୍ରକାରେ ପୋଲସରା ଥାନା କେଶ ନମ୍ବର ୧୯୨/୨୨ ପ୍ରକାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା। ନାମଯଜ୍ଞ ସମୟରେ ବିକାଶ ସାହୁ ଓ ଭାଗିରଥି ପ୍ରଧାନଙ୍କ ମଧ୍ୟରେ କଥା କଟାକଟିରୁ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଉପଆରକ୍ଷୀ ନିରୀକ୍ଷକ ସମୀର କୁମାର ବେହେରା ପ୍ରକାଶ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here