ତୃତୀୟ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଶାନ୍ତିପୂର୍ଣ୍ଣ ଧାରଣା – ଆଲୋଚନା କଲେ ଏମକେସିଜି ମେଡିକାଲର ଅଧିକ୍ଷକ, ସ୍ଥାନୀୟ ବିଧାୟକ ଙ୍କ ପ୍ରତିକ୍ରିୟା ଶୂନ୍ୟ

0
124

ବ୍ରହ୍ମପୁର,୧୮/୦୫/୨୦୨୨: ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲର ପ୍ରମୁଖ ସମସ୍ୟାକୁ ନେଇ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣା ତୃତୀୟ ଦିନରେ ପହଞ୍ଚିଛି । ଏମ୍.କେ.ସି.ଜି ମେଡିକାଲରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଏହି ପ୍ରମୁଖ ସମସ୍ୟାର ସମାଧାନ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ଗଣଧାରଣାକୁ ସହରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନଙ୍କ ସମର୍ଥନ ଜଣାଇବା ସହ ଧାରଣାରେ ସାମିଲ ହୋଇଥିବା ଦେଖାଯାଇଛି । ସେପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣାର ତୃତୀୟ ଦିନରେ ଆନ୍ଦୋଳନ ସ୍ଥଳକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କ ଦାବୀ କୁ ନେଇ ଆଲୋଚନା କରିଛନ୍ତି ଏମ୍.କେ.ସି.ଜି ମେଡିକାଲର ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର । ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ଡାକ୍ତର ଅଭାବକୁ ନେଇ ସରକାରଙ୍କ ପକ୍ଷରୁ ଅନିଚ୍ଛାକୃତ ଭାବରେ କେବଳ ଏମ୍.କେ.ସି.ଜି ରେ ନୁହେଁ ସମସ୍ତ ସ୍ଥାନରୁ ଡାକ୍ତରଙ୍କୁ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଦାବୀ ଯଥାର୍ଥ ରହିଥିବା ବେଳେ ଏହାର ସମାଧାନ କରିବା ପାଇଁ ମେଡିକାଲ ପକ୍ଷରୁ ଉଦ୍ୟମ କରାଯାଉଥିବା କହିଛନ୍ତି । ଏପରିକି ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ପାଇଁ ରାଜ୍ୟରେ ପ୍ରଥମ ମେଡିକାଲ କଲେଜ ଭାବରେ ଏମକେସିଜି ରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଏହାକୁ କଡାକଡି କରାଯାଇଛି । ସେହିପରି ବର୍ଣ୍ଣ କେୟାର ୟୁନିଟ ଖୋଲାଯିବା ସହ ଟ୍ରୋମା କେୟାର ସେଣ୍ଟର ସଂପର୍କରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ସରକାର ସମସ୍ତ ବିଷୟ ଉପରେ ନଜର ରଖିଥିବା ବେଳେ ଏହି ସମସ୍ତ ସମସ୍ୟାର କିପରି ସମାଧାନ ହେବ ସେ ନେଇ ନିଜର ପ୍ରଚେଷ୍ଟା ଜାରି ରଖିଥିବା ଅଧିକ୍ଷକ ପ୍ରଫେସର ମିଶ୍ର କହିଛନ୍ତି। ଆଜିର ଏହି ଶାନ୍ତିପୂର୍ଣ୍ଣ ଗଣଧାରଣାରେ ସହରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବିଭିନ୍ନ ସାମଜିକ ଓ ବୁଦ୍ଧିଜୀବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ହୋଇଥିଲେ।ତେବେ ବଡ ମେଡିକାଲ ର ଉପୁଜିଥିବା ସ୍ବାସ୍ଥ୍ୟ ସେବା ସମସ୍ୟା କୁ ନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣ କୁ ଦଳମତ ନିର୍ବିଶେଷରେ ସହରର ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ମିଳୁଥିବା ବେଳେ ସ୍ଥାନୀୟ ବିଧାୟକ ତାଙ୍କର ବାସଭବନ ଠାରୁ ଧାରଣା ସ୍ଥଳ ମାତ୍ର ୫୦ ମିଟର ଦୂରରେ ଥିଲେ ସୁଦ୍ଧା ବିଧାୟକ ଏଥି ପ୍ରତି ପ୍ରତିକ୍ରିୟା ଶୂନ୍ୟ ଥିବା ସାଧାରଣ ରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି।

LEAVE A REPLY

Please enter your comment!
Please enter your name here