ପ୍ରଜପିତା ବ୍ରହ୍ମ କୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଧବଳପୁର୍ ଗୀତା ପାଠଶାଳା ର ଏଗାରତମ ବାର୍ଷିକ ଉତ୍ସବ ପାଳିତ

0
226

ଶେରଗଡ,୨୦/୦୫/୨୦୨୨:
ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ଧବଳପୂର ଗ୍ରାମ ରେ ପ୍ରଜପିତା ବ୍ରହ୍ମ କୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ତରଫରୁ ଧବଳପୁର୍ ଗୀତା ପାଠଶାଳା ର ଏଗାରତମ ବାର୍ଷିକ ଉତ୍ସବ ପାଳନ କରିବା ସହ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ “ଆଜାଦି କା ଅମୃତ ମହୋତ୍ସବ” ଉପଲକ୍ଷେ ଏକ ଆଧ୍ୟାତ୍ମିକ ସାଂସ୍କୃତିକ ସନ୍ଧ୍ୟା ” ମୋ ଭାରତ ସ୍ୱର୍ଣୀମ ଭାରତ “କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଥିଲା। ଏହି ଅବସରରେ ଧବଳପୁର ଗ୍ରାମରେ ଶାନ୍ତି ଯାତ୍ରା ସହ ପୁରା ଗ୍ରାମ କୁ ପରିକ୍ରମା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀ ନୀଳ ମାଧବ ଆଚାରୀ ଯୋଗଦାନ କରିଥିଲେ। ଏହି ସାଂସ୍କୃତିକ ସନ୍ଧ୍ୟା ଅବସରରେ ଏକ ଆଧ୍ୟାତ୍ମିକ ସଭା ଆୟୋଜନ ହୋଇଥିଲା। ଏହି ସଭାକୁ ପଳାଶପୁର ଶାଖା ସଂଚାଳିକା ବ୍ରହ୍ମା କୁମାରୀ ମିନାକ୍ଷୀ ଭଉଣୀ ଓ ବ୍ରହ୍ମପୁର ବଡବଜାର ଶାଖା ସଂଚାଳୀକା ବ୍ରହ୍ମା କୁମାରୀ ବାସନ୍ତୀ ଭଉଣୀ ଓ ମାମି ଭଉଣୀ ଏହି ସଭାକୁ ଅତିଥି ଭାବରେ ଯୋଗଦାନ କରିଥିଲେ।ଏହି ସଭାରେ ସମ୍ମାନନୀୟ ଅତିଥି ଭାବରେ ଶେରଗଡ଼ ବିଜ୍ଞାନ ମହା ବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଥିଲେ। ଏହି ଆଧ୍ୟାତ୍ମିକ ସଭା କୁ ବ୍ରହ୍ମକୁମାର ସୁବାସ ଭାଇ ପରିଚାଳନା କରିଥିଲେ। ଏହି ସାଂସ୍କୃତିକ ସନ୍ଧ୍ୟା ରେ ପ୍ରଜାପିତା ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ମୁଖ୍ୟାଳୟ ରୁ ଆସିଥିବା ବ୍ରହ୍ମ କୁମାର ଶ୍ରୀ ନବକୃଷ୍ଣ ଭାଇଙ୍କ ନିର୍ଦ୍ଦେଶନା କ୍ରମେ କ୍ଷୁଦ୍ର ନାଟକ ମାଧ୍ୟମରେ ଏକ ନାଟକ ପରିବେଷଣ କରିଥିଲେ। “ମୋ ଭାରତ ସ୍ୱର୍ଣିମ ଭାରତ” ଗଠନ ର ଏହି ଲକ୍ଷ୍ୟ କୁ ନେଇ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଏହି ନାଟକ ମାଧ୍ୟମରେ ଗ୍ରାମବାସୀ କୁ ସଚେତନ କରାଇଥିଲେ। ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ଶାଖା କେନ୍ଦ୍ରର ସମସ୍ତ ଭାଇ ଓ ଭଉଣୀ ଓ ଧବଳପୁର ଗ୍ରାମ ର ସମସ୍ତ ଗ୍ରାମବାସୀ ସହଯୋଗ କ୍ରମେ ଏହି ସାଂସ୍କୃତିକ ସନ୍ଧ୍ୟା ମହାସମାରୋହ ରେ ପାଳିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here