ବିଶ୍ଵ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

0
515

ବ୍ରହ୍ମପୁର, ୨୧/୦୫/୨୦୨୨:
ବିଶ୍ଵ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଆମ୍ବପୁଆ ସ୍ଥିତ ସିଟି କଲେଜ ପରିସରରେ ଜାତୀୟ ସେବା ଯୋଜନା ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଗଞ୍ଜାମ ତରଫରୁ ଏକ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ, ସ୍ଲୋଗାନ ଏବଂ ବତ୍କୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ସିଟି କଲେଜ ଅଧ୍ୟକ୍ଷ ଡଃ ଅନୀତା କୁମାରୀ ପଣ୍ଡା ଅଧକ୍ଷତା କରିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅସିଷ୍ଟାଣ୍ଟ ଅଫିସର ଏନସିଡି. ବାଣି ବନ୍ଦନା ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସ୍ଵର୍ଣ୍ଣଲତା ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ସିଟି କଲେଜ ସମେତ ମହାମାୟୀ କଲେଜ , ବିନାୟକ ଆଚାର୍ଯ୍ୟ କଲେଜ, ପାରଳା ମହାରାଜା ବୈଷୟିକ କଲେଜ , ପିପୁଲସ୍ କଲେଜ ବୁଗୁଡ଼ା, ଚିକିଟି କଲେଜ, ଗୋପାଳପୁର କଲେଜ, ଆରସିଏମ କଲେଜ ଖଲ୍ଲିକୋଟ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୦ରୁ ଅଧିକ ସ୍ବେଛାସେବୀ ଯୋଗଦେଇଥିଲେ।
ସିଟି କଲେଜ ଏନସିସି ଅଫିସର Lt.ମେଘନାଦ ପ୍ରଧାନ ଙ୍କ ସହ ଏନ ଏସ ଏସ ଅଫିସର ସୁଦାମ ବିଷୋୟୀ, ହିମାଂଶୁ ଶେଖର ଗୌଡ , ଡଃ ସସ୍ମିତା ମିଶ୍ର ପ୍ରଭୃତି ସହଯୋଗ କରିଥିଲେ ।ବକ୍ତୃତାରେ ପାରଳା ମହାରାଜା ବୈଷୟିକ କଲେଜର ରାହୁଲ ସେଠୀ ପ୍ରଥମ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପ୍ରଳୟ ମହାନ୍ତି ଓ ଯୋଏନ୍ଦ୍ର ବେହେରା ଦ୍ୱିତୀୟ ସିଟି କଲେଜ ସେଜଲ ମହାପାତ୍ର ତୃତୀୟ, ଏବଂ ସ୍ଲୋଗାନ କରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଭିନ୍ନ ସୁନ୍ଦର ପାଢୀ ପ୍ରଥମ ମହାମାୟୀ କଲେଜ ସୁଭଦ୍ରା ଶୁକ୍ଳା, ଦ୍ବିତୀୟ ଚିକିଟି କଲେଜ ଶ୍ରୀୟା ଦର୍ଶନି ପ୍ରଧାନ ତୃତୀୟ, ଏବଂ ଚିତ୍ରାଙ୍କନରେ ମହାମାୟୀ କଲେଜ ନିୟତି ସାହୁ ପ୍ରଥମ, ବିଶ୍ବବିଦ୍ୟାଳୟର ଚିରଞ୍ଜିବି ଦାସ ଦ୍ଵିତୀୟ ଏବଂ ଖେମୁଣ୍ଡି କଲେଜର ଅମ୍ରିତ ବିକ୍ରମ ଦଳବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here