କମିବ ପେଟ୍ରୋଲ ଓ ଡିଜେଲ୍‌ ଦାମ। ପେଟ୍ରୋଲ ୯.୫୦ ଏବଂ ଡିଜେଲ ୭ ଟଙ୍କା କମିବ

0
339

ନୂଆଦିଲ୍ଲୀ,୨୧/୦୫/୨୦୨୨: ପେଟ୍ରୋଲ ଏବଂ ଡିଜେଲ ଉପରୁ କେନ୍ଦ୍ର ସରକାର କମାଇଲେ ଉତ୍ପାଦ ଶୁଳ୍କ।ଫଳରେ ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ହେବ।ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ଏଣିକି ପେଟ୍ରୋଲ ଦର ଲିଟର ପିଛା ସାଢ଼େ ୯ ଟଙ୍କା, ଡିଜେଲ୍ ଲିଟର ପିଛା ୭ ଟଙ୍କା କମିବ।ସେପରି ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଗ୍ୟାସ ଦର କମାଇଲେ କେନ୍ଦ୍ର ସରକାର।ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା କମାଇବାକୁ ନିଷ୍ପତ୍ତି, ପ୍ରତି ହିତାଧିକାରୀଙ୍କୁ ବର୍ଷକୁ ୧୨ଟି ଗ୍ୟାସ ସିଲିଣ୍ଡରରେ ସବସିଡି ମିଳିବ।ଏହା ଆସନ୍ତାକାଲି ସକାଳ ୬ଟାରୁ ଲାଗୁ ହେବ ନୂଆ ଦର ଲାଗୁ ହେବ। ଏନେଇ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ ଯୋଗେ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here