ବ୍ରହ୍ମପୁର ,୦୧/୦୬/୨୦୨୨: ବ୍ରହ୍ମଚର୍ଯ୍ୟ ପାଳନ ହିଁ ମଣିଷକୁ ଶ୍ରୁଙ୍ଖଳିତ କରିଥାଏ I ଅତଏବ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରହ୍ମଚର୍ଯ୍ୟ ପାଳନ ଏକାନ୍ତ ଅପରିହାର୍ଯ୍ୟ । ଏଥି ଦ୍ଵାରା ଜଣେ ଭଲ ମଣିଷ ହୋଇପାରିବେ ବୋଲି ମୋହନା ସ୍ଥିତ ହିଲଟପ ସ୍ନାତକ ମହାବିଦାଳୟରେ ଆୟୋଜିତ ଯୁବ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵାମୀ ଶ୍ରମିଷ୍ଠାନନ୍ଦ ସରସ୍ଵତୀ ( ରୁଷିକେସ ) ମତବ୍ୟକ୍ତ କରିଥିଲେ I ମହାବିଦାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ମୁଖ୍ୟ ଅତିଥି ପୂଜ୍ୟପଦ ସ୍ଵାମିଜୀ ଉଦଘାଟନ କରିଥିଲେ I ପ୍ରାରମ୍ଭରେ ଅଧ୍ୟାପକ ଡକ୍ଟର ପ୍ରାଣବାନନ୍ଦ ପଟ୍ଟଜୋଶୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡକ୍ଟର ମନୋରଞ୍ଜନ ପାଣିଗ୍ରାହୀ , ଅଧ୍ୟାପିକା ସ୍ୱାୟପ୍ରଭା ସାହୁ , ଶ୍ରୀମତୀ ରୀତକୁମାରୀ ଶତପଥୀ , ଶିବ ଶଙ୍କର ଶୁକବିନ୍ଦର ସିଂହ , ବସନ୍ତ କୁମାର ବେହେରା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ଯୁକ୍ତ ତିନି ପ୍ରଥମ ବର୍ଷର ବହୁ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ I