ବନ ମହୋତ୍ସବ ସପ୍ତାହରେ ବ୍ରହ୍ମପୁର ସବୁଜ ବାହିନୀ ସଙ୍ଗଠନ ତରଫରୁ “ବୃକ୍ଷ ହିଁ ଜୀବନ” କାର୍ଯ୍ୟକ୍ରମ ଅନୁଷ୍ଠିତ

0
342

ବ୍ରହ୍ମପୁର,୦୧/୦୭/୨୦୨୨:
ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ରୂପେ ସାରା ଦେଶରେ ପାଳିତ ହେଇ ଆସୁଅଛି । ଏହି ଅବସର ରେ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଓ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବନ ମହୋତ୍ସବର ପ୍ରଥମ ଦିନ ପାଳନ କରାଗଲା ।
ହରଡ଼ାଖଣ୍ଡି ନିକଟସ୍ଥ ସ୍ବାମୀ ବିବେକାନନ୍ଦ ବିଦ୍ୟାଳୟ ଖେଳ ପଡିଆ ଠାରେ ମିଳିତ ଉଦ୍ଯମରୁ “ବୃକ୍ଷ ବିହୁନେ ମାଟି କ୍ଷୟ ବନ୍ୟ ମରୁଡ଼ି ବିପଯୟ” ଓ “ପିଲା ଟିଏ ଗଛ ଟିଏ” ସ୍ଲୋଗାନର ତାଳେତାଳେ ସଙ୍ଗଠନର ସଦସ୍ୟମାନେ ଓ ବିଦ୍ୟାଳୟର କୁନି କୁନି ଛାତ୍ରାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାରର ୫୦ ଟି ଫଳନ୍ତି ବୃକ୍ଷ (ଆମ୍ବ, ପଣସ, ପିଜୁଳି, ନିମ୍ବ, ଜାମକଳି, ସୀତାଫଳ, ବାଦମ୍, ବଊଳ, ନର କଳି,)ରୋପଣ କରାଯିବା ସହ ବୃକ୍ଷ ରୋପଣର ଆବଶ୍ୟକତା ଓ ବୃକ୍ଷ ରୋପଣର ମହାନତା ବିଷୟରେ ସଚେତନତା ର ବାର୍ତ୍ତା ଦେଇଥିଲେ ସଙ୍ଗଠନ ର ସଭାପତି ଶିବରାମ ପାଣିଗ୍ରାହୀ ଏବଂ ଆଗାମୀ ଦିନରେ କେମିତି ଅଧିକରୁ ଅଧିକ ବୃକ୍ଷରୋପଣ କରାଯିବା ସହ ବୃକ୍ଷମାନଙ୍କୁ ସୁରକ୍ଷା ଦେବା ଓ ସହରକୁ ସବୁଜ ସୁନ୍ଦର ପରିବେଶ କରି ଗଢ଼ି ତୋଳିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବିଦ୍ୟାଳୟ ପ୍ରଧାନ ଗୁରୁଜୀ ମିହିର କୁମାର ତ୍ରିପାଠୀ, ଏ.ପ୍ରଶାନ୍ତ ସେନାପତି, ସୁଧୀର ସାତୁଆ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ସେହିଭଳି ବ୍ରହ୍ମପୁର ସବୁଜ ବାହିନୀର ସମ୍ପାଦକ ପ୍ରସନ୍ନ କୁମାର ସ୍ବାଇଁ, ଏ. ପ୍ରକାଶ, ପି. ବିନୋଦ, ଗଣେଶ ପାଣିଗ୍ରାହୀ, ପ୍ରବୀଣ ନାୟକ, ଦୀପକ କୁମାର ପାତ୍ର ପ୍ରଭୃତି ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here