ମନ୍ତ୍ରିଡି ସ୍ଥିତ ସିଦ୍ଧ ଭୈରବୀ ମନ୍ଦିରର ଜଗନ୍ନାଥ ମନ୍ଦିରରେ ରଥ ଯାତ୍ରା ଅନୁଷ୍ଠିତ

0
406

ବ୍ରହ୍ମପୁର,୦୧/୦୭/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରିଡି ସ୍ଥିତ ସିଦ୍ଧ ଭୈରବୀ ମନ୍ଦିରର ଜଗନ୍ନାଥ ମନ୍ଦିରରେ ରଥ ଯାତ୍ରା ସମାପନ ହୋଇ ଯାଇଛି। ରଥ ଯାତ୍ରା ଦିବସ ଅବସରରେ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ସହ ଦିନ ୯ଟା ବେଳେ ଆରତୀ କରାଯାଇ ମନ୍ଦିର କମିଟି ସହ ମନ୍ଦିର ପୂଜକଙ୍କୁ ନେଇ ନିତିକାନ୍ତି ଅନୁସାରେ ମନ୍ଦିର ଭିତରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ପୂଜା ବିଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୈରବ ପାଣିଗ୍ରାହୀ ପରମ୍ପରା ଅନୁଯାୟୀ ଛେରା ପହଁରା କାର୍ଯ୍ୟ କରିଥିଲେ। ରଥ ଟାଣିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ପରାମର୍ଶ ଦାତା ଗୋପବନ୍ଧୁ ଦାସ, ମହାନଗର ନିଗମ ଡେପୁଟି ମେୟର ଇ.ବିବେକ ରେଡ୍ଡୀ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଥ ଟଣା ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରିଡି ସରପଞ୍ଚ ପ୍ରଶାନ୍ତ ଦାସ, କୋଠାରସିଂ ସରପଞ୍ଚ ଦୁର୍ଯ୍ୟୋଧନ ରେଡ୍ଡୀ, ସମିତି ସଭ୍ୟା ବିଷ୍ଣୁ ପ୍ରିୟା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରଥଯାତ୍ରା ପାଳନର ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଦୁଇବର୍ଷ ଧରି ବନ୍ଦ ରହିଥିଲା ଚଳିତ ବର୍ଷ ଭୈରବୀ କମିଟି ତରଫରୁ ଧୁମ୍ ଧାମରେ ନୀତିକାନ୍ତି ଅନୁସାରେ ପୂଜା ପାର୍ବଣ ଅନୁଷ୍ଠିତ ହୋଇଥିଲା ଏବଂ ତିନି ରଥଟଣା ସମୟରେ ଅଞ୍ଚଳର ପ୍ରାୟ ପାଞ୍ଚ ହଜାର ରୁ ଅଧିକ ଭକ୍ତଙ୍କ ଭିଡ଼ ଜମିଥିଲା। ମନ୍ଦିର କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି ବାହୁଡା଼ ଯାତ୍ରା ପ୍ରର୍ଯ୍ୟନ୍ତ ମନ୍ଦିର ବେଢାରେ ଚଳିତ ବର୍ଷ ଯେଉଁ ଦିନ ଯେଉଁ ପର୍ବ ରହିବ ସେହି ଅନୁସାରେ ପାଳନ କରିବାକୁ କମିଟି ନିଷ୍ପତ୍ତି ନେଇଛନ୍ତି। ମନ୍ଦିର ଖୋଲା ଥିବାରୁ ଦର୍ଶନ ଲାଗି ଭକ୍ତଙ୍କ ମଧ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଲାଗି ରହିଥିବାରୁ ମନ୍ତ୍ରିଡି ସ୍ଥିତ ମା ସିଦ୍ଧ ଭୈରବୀ ମନ୍ଦିର ଖୋଲା ଯାଇପାରୁ ନଥିଲା । ରଥଯାତ୍ରା ସମୟରେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତ ଆସି ଯାତ୍ରା ରେ ସାମିଲ ହେଇଥିଲେ। ଆଖ ପାଖ ଗ୍ରାମର ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା କିନ୍ତୁ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମନ୍ଦିର କୋଭିଡ କଟକଣା ମଧ୍ୟରେ ମନ୍ଦିର ଖୋଲା ଯାଉଛି।ଅନ୍ୟ ସଭ୍ୟ ମାନଙ୍କ ମଧ୍ୟରେ ବୁଢ଼ା ପାଣିଗ୍ରାହୀ, ପ୍ରଶାନ୍ତ କୁମାର ସାହୁ, ଚିତ୍ତରଞ୍ଜନ ଦାଶ, ଇ. ସିମାଦ୍ରି, ବିଜୟ ଚୌଧୁରୀ, ପି.ପ୍ରଦୀପ ପାତ୍ର, ରେଡ୍ଡୀ ସଂଘମ ର ସି.ଏଚ.ଦିଲେଶ୍ୱର ରେଡ୍ଡୀ, ତ୍ରିନାଥ ରେଡ୍ଡୀ, ଡି. ଭରତ ରେଡ୍ଡୀ, ସହ ଅନ୍ୟମାନେ ଯୋଗ ଦେଇଥିଲେ।ପୁରୋହିତ ଭାବେ ଭୂବୁନି ଶତପଥୀ ପୂଜା ପାଠ କରିଥଲେ ଏବଂ ମନ୍ଦିର ପୂଜକ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here