ଓଡ଼ିଶା ବଜେଟ ବର୍ଷ ୨୦୨୨-୨୩ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ। ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ଘୋଷଣା କଲେ ଅର୍ଥମନ୍ତ୍ରୀ

0
303

ଭୂବନେଶ୍ୱର,୦୨/୦୭/୨୦୨୨: ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ।
କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୧୨ କୋଟି ବ୍ୟବସ୍ଥା।
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ। ୧୨, ୫୦୦ ନଳକୂପ ଖନନ ହେବ। ବ୍ୟୟବରାଦ ୪୦୦ କୋଟି।୨୦୨୨-୨୩ରେ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ।କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ।କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ।୨୦୨୨-୨୩ରେ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ।ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ। ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦, ୭୫୯ କୋଟି।ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ।ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୬୫୮ କୋଟି ବ୍ୟୟ ଅଟକଳ।ମାଛ ଚାଷ ପାଇଁ ନୂଆ ପୋଖରୀ ଯୋଜନାରେ ୯୮ କୋଟି ବରାଦ।ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ସୟଂ ସହାୟକ ଗୋଷ୍ଠୀଙ୍କୁ ମିଳିବ ୩୮ କୋଟି। ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୭, ୩୨୪ କୋଟି ବ୍ୟୟବରାଦ। ମୋ ସ୍କୁଲ ପାଇଁ ୬୪୬ କୋଟି, ସ୍କୁଲ ରୂପାନ୍ତରୀକରଣ ପାଇଁ ୧୦୦ କୋଟି। ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି; ବ୍ୟାଗ୍ ଓ ୟୁନିଫର୍ମ ପାଇଁ ୧୯୩ କୋଟି।
ମିଶନ ଶକ୍ତିକୁ ୨ ହଜାର କୋଟି ବ୍ୟୟବରାଦ ସହ ମହିଳା ସଶକ୍ତିକରଣ ପାଇଁ ବଜେଟରେ ଗୁରୁତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here