ପରିତ୍ୟକ୍ତ କୂଅରୁ ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

0
379

ବ୍ରହ୍ମପୁର,୦୨/୦୭/୨୦୨୨:
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ରଥ ସାହିର ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ସୂଚନା ମୁତାବକ ମଧ୍ୟ ରାତ୍ର ୧୨ ଟା ସମୟରେ ବୃଦ୍ଧା ଜଣଙ୍କ ନିଜ ଘର ସାମ୍ନାରେ ଥିବା କୂଅର ପାଚେରିରେ ବସିଥିଲେ, କୌଣସି କାରଣରୁ ଯୋଗୁଁ ସେ କୂଅ ମଧ୍ୟରେ ପଡିଯାଇଥିଲେ । ଏହାପରେ ପରିବାର ଲୋକେ ଭୋର ୪ ଟା ସମୟରେ ସେ କୂଅରେ ପଡିଥିବା ଦେଖି ରାଜ୍ୟ ସରକାରଙ୍କ ଜରୁରି କାଳିନ ନମ୍ବର ୧୧୨କୁ କଲ କରିଥିଲେ । ଏହାପରେ ୧୧୨ କର୍ମଚାରୀ ସ୍ଥାନୀୟ ଦମକଳ କେନ୍ଦ୍ରକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ, ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । କୂଅ ଟି ବହୁ ମାସ ଧରି ବ୍ୟବହାର ହେଉ ନଥିବା ବେଳେ ପ୍ରାୟ ୪୦ ଫୁଟ ଗଭିରରେ ବୃଦ୍ଧା ଜଣଙ୍କ ପଡି ରହିଥିଲେ । ଏହାପରେ ଅଗ୍ନିଶମ କର୍ମଚାରୀମାନେ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ପରିଶ୍ରମ କରି କୌଶଳକ୍ରମେ ବୃଦ୍ଧଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ଏହାପରେ ବୃଦ୍ଧଙ୍କୁ ସଙ୍ଗେ ସଙ୍ଗେ ପୁରୁଷୋତ୍ତମପୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ପୁରୁଷୋତ୍ତମପୁର ଦମକଳ କେନ୍ଦ୍ରର ଲିଡିଙ୍ଗ ଫାୟାରମେନ ସୁରେଶ କୁମାର ମିଶ୍ର ନେତୃତ୍ୱରେ ହୋଇଥିବା ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ହେମନ୍ତ ବେହେରା, ଦିଲିପ ପାଇକରାୟ, ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ, ଦୁସ୍ମନ୍ତ ସ୍ୱାଇଁ, ଭଗବାନ ମୁଦୁଲି, ମୁନା ବେହେରା ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here