ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ କ୍ରିଡ଼ା ଦକ୍ଷତା ଅନ୍ୱେଷଣ ଅନୁଷ୍ଠିତ

0
304

ବ୍ରହ୍ମପୁର,୦୨/୦୭/୨୦୨୨:ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ କ୍ରିଡ଼ା ଦକ୍ଷତା ଅନ୍ୱେଷଣ କନିସି ସ୍ଥିତ ବାଲାଜୀ ବିଦ୍ୟାପୀଠ ଖେଳ ପଡିଆ ରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ପିଲା ମାନଙ୍କୁ ଭଲିବଲ୍ ର ସମ୍ବନ୍ଧୀୟ ସମସ୍ତ ପ୍ରକାର କୌଶଳ ପ୍ରୟୋଗ ଟେଷ୍ଟିଂ କରା ଯାଇଥିଲା। ତିନୋଟି ଜିଲ୍ଲା କୁ ନେଇ ଗୋଟିଏ ଜୋନ ତଥା ଗଞ୍ଜାମ,ଗଜପତି, ରାୟଗଡ଼ା ର ୬୬ଜଣ ଯୁବ ପ୍ରତିଭା ଯୋଗ ଦେବାକୁ ଥିବା ବେଳେ ମୋଟ ୨୩ଜଣ ଯୋଗ ଦେଇଥିଲେ। ଏହି ୨୩ଜଣ ପିଲାମାନଙ୍କର ୬ ପ୍ରକାର ସ୍କିଲ୍ ଟେଷ୍ଟ କରା ଯାଇ ଏହି ମାନଙ୍କ ରିପୋର୍ଟ କାର୍ଡ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ପଠାଯାଇଛି ,ଯେଉଁମାନେ ମନୋନୀତ ହେବେ ସେହି ପିଲା କ୍ରିଡ଼ା ଛାତ୍ରାବାସ ରେ ରହି ପାରିବେ।ଏହି କାର୍ଯ୍ୟକ୍ରମ ଭାଗିରଥୀ ସ୍ୱାଇଁ ଆଇପିଇ ଗଞ୍ଜାମ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ବାସ୍କେଟ ବଲକୋଚ୍ କାଜଲ କୁମାରୀ ସାହୁ, ଅଖିଳ କୁମାର ସାବତ ଏସଓ. ଜିଲ୍ଲାପାଳ କାର୍ଯ୍ୟାଳୟ, କ୍ରୀଡ଼ା ଶିକ୍ଷକ ସୀତାରାମ ବେବର୍ତ୍ତା, ଏମ ଗୌରାଙ୍ଗ, ଜଗନ୍ନାଥ ପ୍ରସାଦ, ସାନନ୍ଦ ନାୟକ, ବିଭୂତି ପଟ୍ଟନାୟକ, ପ୍ରଭାତ କୁମାର ନାୟକ, ଗୀତି ମୁଗ୍ଧା ସିଂ, ମାନସୀ ପଣ୍ଡା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here