ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଛେଦ ଦାବି

0
311

ବ୍ରହ୍ମପୁର,୦୩/୦୭/୨୦୨୨:ଚୁକ୍ତିଭିତ୍ତିକ ନିଯୁକ୍ତ ପ୍ରଥା ଉଛେଦ କରି ରାଜ୍ୟ ସରକାର ରେଗୁଲାର କର୍ମଚାରୀ ପ୍ରଥା ସୃଷ୍ଟି କରିବାକୁ ରବିବାର ଅପରାହ୍ନ ଦୁଇ ଘଣ୍ଟା ସମୟରେ ବ୍ରହ୍ମପୁର ସ୍ଥିତ ସ୍ଥାନୀୟ ଖଲ୍ଲିକୋଟ କଲେଜ ଷ୍ଟାଡିୟମ ପରିସରରେ ଗଞ୍ଜାମ ଜିଲ୍ଲା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଙ୍ଘ ପକ୍ଷରୁ ଏକ ନୂତନ ସଙ୍ଘ ଗଠନ କରାଯିବା ସହ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଛେଦ ଦାବି କରାଯାଇଛି ।ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ସଭାପତି ସୁନିଲ କୁମାର ବେହେରାଙ୍କ ସଭାପତିତ୍ୱରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନାମରେ କର୍ମଚାରୀଙ୍କୁ ଶୋଷଣ ଓ ଲୁଣ୍ଠନ କରୁଛନ୍ତି ।ଜଣେ ଦିନ ମଜୁରିଆ ଦୈନିକ ମଜୁରୀରୁ ମଧ୍ୟ କମ ଦରମା ଚୁକ୍ତିଭିତ୍ତିକ କର୍ମଚାରୀ କାମ କରୁଛନ୍ତି ।କର୍ମଚାରୀ ନିଯୁକ୍ତ ସମୟରେ ଫାଇବ-ଟି କାର୍ଯ୍ୟକାରୀ କରାଯାଉ ଥିବା ବେଳେ ବେତନ ବେଳେ କାହିଁକି କାର୍ଯ୍ୟକାରୀ ହେଉ ନାହିଁ ବୋଲି କର୍ମକର୍ତ୍ତା ପ୍ରଶ୍ନ କରିଛନ୍ତି ।ସରକାର କେବଳ ଗ୍ରୁପ-(ସି) ଓ ଗ୍ରୁପ-(ଡି)ବର୍ଗର କର୍ମଚାରୀଙ୍କ ନିମନ୍ତେ ଚୁକ୍ତିଭିତ୍ତିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଏକ ଦୁର୍ଭାଗ୍ୟଜନକ କଥା ବୋଲି ସଂଙ୍ଘ ସମ୍ପାଦକ ଲୋକନାଥ ପାଢ଼ୀ କହିଛନ୍ତି ।ସଂଙ୍ଘ ପକ୍ଷରୁ ବାରମ୍ବାର ପ୍ରଶାସନିକ ସ୍ତରରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ପ୍ରଦେକ୍ଷପ ଗ୍ରହଣ କରାଯାଉ ନାହିଁ ।ଏଣୁ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।ଏହି ଅବସରରେ ସଂଘ ଉପସଭାପତି ସନ୍ତୋଷ ଗୌଡ଼,ଚିତ୍ତରଞ୍ଜନ ଜାଲି, ଅର୍ଗାନାଇଜିଙ୍ଗ ସେକ୍ରେଟାରୀ ବିଭୁତି ବେହେରା, ସହ ସଂଯୋଜକ ଜୟଦେବ ବେହେରା,ଜଏଣ୍ଟ ସେକ୍ରେଟାରୀ ସୁଜିତ କୁମାର ବେହେରା ,କୋଷାଧ୍ୟକ୍ଷ ଶ୍ରୀନିବାସ ମହାନ୍ତି ,ମିଡିଆ ସେକ୍ରେଟାରୀ ଇ. ଦଣ୍ଡପାଣିଙ୍କ ସମେତ ଅନ୍ୟ କମିଟି ବୃନ୍ଦ ଓ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here