ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ବର୍ଦ୍ଧିତ ହେଲେ ପ୍ରସନ୍ନ କୁମାର ନାୟକ

0
256

ବ୍ରହ୍ମପୁର, ୦୩/୦୭/୨୦୨୨( ଟୁକୁନା ପ୍ରଧାନ)-: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସ୍ଥିତ ବାଣପୁର ପଲଟଣ ପଡିଆଠାରେ ମା ଭଗବତୀ କଳା ନିକେତନର ସପ୍ତମ ବାର୍ଷିକ ଉତ୍ସଵ ପାଳନ ଅବସରରେ ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ବର୍ଦ୍ଧିତ କରାଯାଇଛି l ଉକ୍ତ ଉତ୍ସବରେ ଓଡିଶାର ମହାମହିମ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ତଥା ସେଣ୍ଟ ଜୋନ୍ସ ଆମ୍ବୁଲାନ୍ସର କମିଶନର ଡ଼ଃ ସନତ କୁମାର ପଟ୍ଟନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବାଣପୁର ନଗରପାଳ ମିଟୁ ନାୟକ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here