ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ ଓ ଜଣେ ଆହତ।

0
251

ପୋଲସରା, ୦୩/୦୫/୨୦୨୨: ଗଞ୍ଜାମ ଜିଲ୍ଲା, ପୋଲସରା ପୋଲିସ ଥାନା ଅନ୍ତର୍ଗତ ମା’ ସିଂହାସନୀ ପୀଠ ଠାରୁ ଅଳ୍ପ ଦୂରରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ପ୍ରକାରେ ଜୁଲାଇ ୦୩ ତାରିଖ ଦିନ କବିସୂର୍ଯ୍ୟ ନଗର ବ୍ଳକ ଅନ୍ତର୍ଗତ ଦେଓଗାଁ ଗ୍ରାମର ନାରାୟଣ ପ୍ରଧାନ ଓ ବାପୁଜୀ ପୋଲେଇ ପୋଲସରା ଠାରୁ ୨୫ କିଲୋମିଟର ଦୂରରେ ପ୍ରତିଷ୍ଠିତ ମା’ ସିଂହାସନୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଅପରାହ୍ନରେ JH 01 CG 7624 ନମ୍ବର ବାଇକ ଯୋଗେ ଫେରିବା ସମୟରେ ମା’ ସିଂହାସନୀ ମନ୍ଦିର ଠାରୁ ପ୍ରାୟ ଅଧ କିଲୋମିଟର ଦୂର ବଡ଼ତୈଳ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ର ଏକ ଗଛକୁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାପୁଜୀ ପୋଲେଇ (୨୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ନାରାୟଣ ପ୍ରଧାନ ଆହତ ହୋଇଛନ୍ତି। ଖବର ପାଇ ପୋଲସରା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମର ଶରୀରକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here