୭ ଦଫା ଦାବି ନେଇ ବ୍ରହ୍ମପୁର ସରକାରୀ ସୁଲଭ ମୂଲ୍ୟ ବିକ୍ରେତା ସଂଘ ପକ୍ଷରୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

0
305

ବ୍ରହ୍ମପୁର, ୦୪/୦୭/୨୦୨୨: ସର୍ବ ଭାରତୀୟ ଡିଲର ଫେଡେରେସନ ର ନିଷ୍ପତ୍ତି କ୍ରମେ ଓଡିଶା ରିଟେଲର ମହାସଂଘ ତରଫରୁ ଓଡିଶା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବା ନିଷ୍ପତ୍ତି ଅନୁଯାୟୀ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଠାରେ ଅନୁଷ୍ଠିତ ହୋଇଯାଇଛି। ୭ ଦଫା ଦାବି ଯଥା ପ୍ରଧାନମନ୍ତ୍ରୀ ଗରିବ କଲ୍ଯାଣ ଅନ୍ନ ଯୋଜନାର ବକେୟା ପାରିଶ୍ରମିକ, ଇ-ପିଓଏସ ମେସିନର ବ୍ଯବହାରିକ ଖର୍ଚ୍ଚ ଓ ଇ-ପିଓଏସ ମେସିନର ଆବଶ୍ୟକୀୟ ଯନ୍ତ୍ରାଂଶ ଯୋଗାଣ, ମଧ୍ୟାହ୍ନ ଭୋଜନ ବଣ୍ଟନ ବାବଦୀୟ ପାରିଶ୍ରମିକ ଏବଂ ଏକକାଳୀନ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ପ୍ରେରଣ କରିବା, ମୃତ୍ୟୁବରଣ କରିଥିବା ଖୁଚୁରା ବିକ୍ରେତାଙ୍କ ପରିବାରକୁ ପୁନଃ ନିଯୁକ୍ତି, ଗୋଟିଏ ଦେଶ,ଗୋଟିଏ ରେସନ୍ ଏବଂ ଗୋଟିଏ ନିୟମ କାନୁନ ଖାଦ୍ୟ ଯୋଗାଣ ବିଭାଗ ଦ୍ବାରା ପ୍ରଣୟନ କରାଯିବା, ଚାଉଳ ଓ ଗହମ ଏକ କ୍ବିଇଣ୍ଟାଲ ପ୍ରତି ଏକ କେଜି ନିୟଣ୍ଟିଆ ଏବଂ ଶହେ ଲିଟର କିରୋସିନି ପ୍ରତି ଏକ ଲିଟର ନିୟଣ୍ଟିଆ ପ୍ରଦାନ କରାଯିବା ଇତ୍ୟାଦି ପ୍ରମୁଖ ଦାବି ସମ୍ମଳିତ ସ୍ମାରକପତ୍ର ବ୍ରହ୍ମପୁର ସରକାରୀ ସୁଲଭ ମୂଲ୍ୟ ବିକ୍ରେତା ସଂଘ ପକ୍ଷରୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି । ସର୍ବ ଭାରତୀୟ ଡିଲର ଫେଡେରେସନର ନିଷ୍ପତ୍ତି କ୍ରମେ ଆଜି ରାଜ୍ୟ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସମେତ ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here