ଦାଶପୁର ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ସପ୍ତାହ ୨୦୨୨ ପାଳିତ

0
350

ବ୍ରହ୍ମପୁର,୦୪/୦୭/୨୦୨୨:ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ସାରା ଭାରତ ବର୍ଷରେ ଜୁଲାଇ ୧ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ୭୩ ତମ ବନ ମହୋତ୍ସବ ସପ୍ତାହ ୨୦୨୨ ପାଳନ କରାଯାଉଥବା ବେଳେ ଏହି ପରିପ୍ରେକ୍ଷୀରେ ରଙ୍ଗେଇଲୁଣ୍ଡା ବ୍ଲକ କୋଳଥି ଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ଦାଶପୁରୁ ଉଚ୍ଚ ବିଦ୍ୟାଳୟ ତରଫରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଧାକାନ୍ତ ପାଢ଼ୀ ଓ ପି. ଇ. ଟି ଶିକ୍ଷକ ଶ୍ରୀଯୁକ୍ତ ହରିହର ରାଉତ ଙ୍କ ତତ୍ତ୍ୱାବଧାନରେ ହାଇସ୍କଲ ପରିସର ମଧ୍ୟରେ ପାଳିତ ହୋଇଯାଇଛି ଏହି ଅବସରରେ ମୁଖ୍ୟ ତଥା ସମ୍ମାନୀୟ ଅତିଥି ରୂପେ ସେହି ସ୍କୁଲର ପୂର୍ବତନ ଛାତ୍ର ତଥା କୋଳଥିଗାଁ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜଗମୋହନ ପାତ୍ର , ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ସୁଧିରକାନ୍ତ ପାଣିଗ୍ରାହୀ , ସମିତିସଭ୍ୟ ପ୍ରତିନିଧି କାଳିଆ ବେହେରା, ବ୍ରହ୍ମପୁର ବନବିଭାଗ ଫରେଷ୍ଟର ଅଧିକାରି ବାବୁ ସେଠୀ, ଫୋରେଷ୍ଟ୍ ଗାର୍ଡ ନୀଳମାଧବ ଜେନା, କପିଳେଶ୍ଵର ଦାସ ପ୍ରମୁଖ ଯୋଗ ଦେଇ ସ୍କୁଲ ପରିସର ମଧ୍ୟରେ ବୃକ୍ଷ ରୋପଣ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଉଦ୍ ବୋଧନ ଦେବା ସହ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ନିଜ ବାରିପଟ ଖୋଲା ଜାଗାରେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲ ଶିକ୍ଷକ ଗୁଣନିଧି ସାମନ୍ତରାୟ, ମନ୍ମଥ ବିଷୋୟୀ, ସୁଧିର କୁମାର ଦଳବେହେରା, ଗୌରୀଶଙ୍କର ପାଢ଼ୀ, ବିନୀତା ପାତ୍ର , ପିଅନ ପି. ରାଜା ରାଓ, ରାତ୍ର ସୁରକ୍ଷାକାରୀ ସୁବାଷ ବେହେରା , ଶଙ୍କର ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ସୁନିଲ କୁମାର ପାଣିଗ୍ରାହୀ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here