ଲକ୍ଷ୍ମଣପଲ୍ଲୀ ଗ୍ରାମରେ ମାଗଣା ପରଳ ଚକ୍ଷୁ ଚିକିତ୍ସା ଶିବିର ।

0
256

ପୋଲସରା, ୦୫/୦୭/୨୦୨୨ : ପୋଲସରା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣପଲ୍ଲୀ ଗ୍ରାମରେ ଇକୋସ୍ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ପରଳ ଚକ୍ଷୁ ଚିକିତ୍ସା ଶିବିର ଜୁଲାଇ ୦୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଓମ୍ ଚାରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ଦେବେଶ କୁମାର ପ୍ରଧାନ, ଯୁବନେତା ଦିଲ୍ଲୀପ କୁମାର ପ୍ରଧାନ ଓ ଜନକଲ୍ୟାଣ ଯୁବକ ସଂଘର କର୍ମକର୍ତ୍ତା ମାନେ ଆୟୋଜନ କରିଥିଲେ । ଚକ୍ଷୁ ଚିକିତ୍ସା ଶିବିରରେ ୧୧୦ ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା ହୋଇଥିଲା । ସେମାନଙ୍କ ମଧ୍ୟରୁ ୪୫ ଜଣ ରୋଗୀଙ୍କୁ ମାଗଣା ପରଳ ଅସ୍ତ୍ରୋପଚାର ପାଇଁ ଇକୋସ୍ ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିଲା । ଇକୋସ୍ ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ୍ ମ୍ୟାନେଜର ନଳିନୀକାନ୍ତ ରାଉତ, ଚିଫ ଅପଥୋମିଷ୍ଟ ହରିଶ୍ କୁମାର ସାହୁ, କାଲେବ ଜେନା, ଶ୍ରୀକାନ୍ତ ଦାସ, ପ୍ରଭାକର ଦାସ, ନରେଶ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here