ଦିଗପହଣ୍ଡିରେ ଜିଲ୍ଲାସ୍ତରୀୟ ଚିତ୍ରକଳା କର୍ମଶାଳା ଉଦଘାଟିତ

0
131

ବ୍ରହ୍ମପୁର , ୦୫/୦୭/୨୦୨୨ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଲୋକସେବା ପରିଷଦ ଓ ଖେମୁଣ୍ଡି ଚିତ୍ରକଳା ସଂଘର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଦିନ ଶ୍ରୀ ଚନ୍ଦ୍ରଚୁଡେଶ୍ବର ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଲୋକସେବା ପରିଷଦ ସଭାପତି ତଥା ଚିତ୍ରଶିଳ୍ପୀ ସୂର୍ଯ୍ୟ ନାରାୟଣ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କର୍ମଶାଳାକୁ ଆବାହକ କୁରେଶୁ ପଣ୍ଡା ସଂଯୋଜନା କରିଥିଲେ । ଅନୁଷ୍ଠିତ ଏହି ଜାତୀୟ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ରାମହରି ଜେନା , ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ , ଅଲ୍ ଓଡିଶା ଚିତ୍ରଶିଳ୍ପୀ ସଂଘ ରାଜ୍ୟ ସଂପାଦକ ରଞ୍ଜନ କୁମାର ମିଶ୍ର , ଚିତ୍ରଶିଳ୍ପୀ ଉମା ଆଚାରୀ ପ୍ରମୁଖ ମଞ୍ଚାସୀନ ରହି ଗଞ୍ଜାମ ଜିଲ୍ଲାର ଚିତ୍ରକଳା ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ଦିଗପହଣ୍ଡି , ଆସିକା , ଚିକିଟି , ବ୍ରହ୍ମପୁର , ଖଲିକୋଟ ସମେତ ଆଖପାଖ ଅଞ୍ଚଳର ୩୬ ଜଣ ଚିତ୍ରଶିଳ୍ପୀ କର୍ମଶାଳାରେ ଅଂଶ ଗ୍ରହଣ କରି ନିଜ ନିଜ କଳା ପ୍ରଦର୍ଶନ ମାଧ୍ୟମରେ ବିଭିନ୍ନ ଚିତ୍ର ପ୍ରଦର୍ଶିତ କରିଥିଲେ। । ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ପର୍ଯ୍ୟନ୍ତ ଜାରି ରଖାଯାଇଥିବା ବେଳେ ଅନେକ ଚିତ୍ରଶିଳ୍ପୀ ମଧ୍ୟ ଯୋଗଦେବା ସହ କଳା ପ୍ରଦର୍ଶନୀ କରିବା ନେଇ ସୂଚିତ କରାଯାଇଛି । ଦୁଇଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳା ପରେ ଆସନ୍ତା ୭ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବଜାରସାହି ଗାନ୍ଧୀଛକ ଠାରେ ଏକ ପ୍ରଦର୍ଶନୀ ସମାରୋହର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ସଂଘ ଉପସଭାପତି ଅମର ନାୟକ , ସଂପାଦକ ପ୍ରଭାତ ଚନ୍ଦ୍ର ପାଢ଼ୀ , କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ମାର୍ଥା , ଯୁଗ୍ମ ସଂପାଦକ ଅନୀଲ କୁମାର ସାହୁ , ଉପଦେଷ୍ଟା ଅଶ୍ବିନୀ କୁମାର ଦାଶ , ଲକ୍ଷ୍ମୀଧର ମହାପାତ୍ର , ରାମାନୁଜ ପଟ୍ଟନାୟକ ସମେତ ସଂଘର କାର୍ଯ୍ୟକାରୀ କମିଟି ସଭ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here