ମୋହନା ଏମକେସିଜି ଦୃଷ୍ଟିହୀନ, ବଧିର , ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

0
318

ବ୍ରହ୍ମପୁର , ୦୬/୦୭/୨୦୨୨ : ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ , ବଧିର , ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟରେ ଆଜି ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ଏହି ଆୟୋଜିତ ପାଳନ ଦିବସ ଅବସରରେ ନିମନ୍ତ୍ରିତ ଅତିଥି ବୃନ୍ଦଙ୍କୁ ଅନ୍ତେବାସୀ ଶିକ୍ଷାର୍ଥୀଙ୍କ ଦ୍ଵାରା ଫୁଲ ଚନ୍ଦନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ ଶ୍ରୀଯୁକ୍ତ ବିରାଜ ପ୍ରସାଦ ପଣ୍ଡା , ସମ୍ମାନିତ ଅତିଥି ମୋହନା ରେଞ୍ଜର ସୁଶ୍ରୀ କଳ୍ପନା ନାୟକଙ୍କ ସହ ଫରେଷ୍ଟର ଦେବାଶିଷ ଶତପଥୀ , ମୋହନା ଫରେଷ୍ଟଗାର୍ଡ ସନ୍ତୋଷ ବିଶୋଈରତ୍ନ ପ୍ରମୁଖ ଅନ୍ତେବାସୀ ଶିକ୍ଷାର୍ଥୀଙ୍କୁ ବୃକ୍ଷ ରୋପଣର ମହତ୍ ଉଦ୍ଧେଶ୍ୟ ଏବଂ ଏହାକୁ ନେଇ ଭବିଷ୍ୟତର ଆବଶ୍ୟକତା ପାଇଁ ବନ ମହୋତ୍ସବର ଗୁରୁତ୍ୱକୁ ଶିକ୍ଷାର୍ଥୀଙ୍କ ଠାରେ ଅବତାରଣା କରିଥିଲେ । କାର୍ଯ୍ୟକ୍ରମ ଅନ୍ତର୍ଗତରେ ବିଚାରପତିଙ୍କ ଦ୍ଵାରା ଅନ୍ତେବାସୀ ଶିକ୍ଷାର୍ଥୀଙ୍କୁ ମିଷ୍ଠାନ ବଣ୍ଟନ ସହ ବିଚାରପତି ଶ୍ରୀ ପଣ୍ଡା ଶିକ୍ଷାର୍ଥୀଙ୍କ ମନରୁ ହୀନମନ୍ୟତା ଭାବ ଦୂରେଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରାଇବାକୁ ପ୍ରୋତ୍ସାହିତ କରିଥିଲେ । ନିମନ୍ତ୍ରିତ ଅତିଥି ମଧୁସୂଦନ ପାଢ଼ୀ , ଆଇନଜୀବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ , ବୈଦ୍ୟନାଥ ସିଂ, ମୋହନା ଓକିଲ ସଂଘ ଉପ ସଭାପତି ଜନଧନ ଲିମା , ସମ୍ପାଦକ ଦୁର୍ଯ୍ୟୋଧନ କରାଡ ବରିଷ୍ଠ ଆଇନଜୀବୀ ସନ୍ତୋଷ ପାଢୀ , ବିଲାଶ ନାୟକ , ଅକ୍ଷୟ ଶତପଥୀ , ପରିଚାଳନା କମିଟି ଉପ ସଭାପତି ଶରତମଲିକ, ସମ୍ପାଦକ ଦଣ୍ଡ।ସି ସାହୁ , ଅନୁଷ୍ଠାନର ଅଧ୍ୟକ୍ଷ ଅଖିଲ କୁମାର ସାହୁ ପ୍ରମୁଖଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀଙ୍କ ସହ ଛ।ତ୍ରଛାତ୍ରୀମାନେ ବୃକ୍ଷ ରୋପଣ କରିଥିଲେ l ପରି ଶେଷରେ ଦିବ୍ୟାଙ୍ଗ ସେବାରେ ନିୟୋଜିତ ଥିବା ଅନୁଷ୍ଠାନର ସମସ୍ତ ଶିକ୍ଷକ ,କର୍ମଚାରୀଙ୍କ ସହ ପରିଚଳନା କମିଟିଙ୍କୁ ମୁଖ୍ୟ ଅତିଥି ସାଧୁବାଦ ପ୍ରଦାନ କରିବା ସହିତ ଅନୁଷ୍ଠାନ ଏବଂ ଅନ୍ତେବାସୀ ଶିକ୍ଷାର୍ଥୀଙ୍କ ଉତ୍ତରତ୍ତୋର ମଙ୍ଗଳ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here