ପୂର୍ବତଟ ରେଳପଥ ପକ୍ଷରୁ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ

0
259

 

ଭୁବନେଶ୍ୱର,୧୯/୮/୧୯;ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ସ୍ଥିତ ରେଳ ସଦନ ଠାରେ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି I

ଏହି ବୈଠକ ରେ ରାଜ୍ୟ ସରକାରଙ୍କ ପ୍ରତିନିଧି ମାନଙ୍କ ସହିତ ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ସଦସ୍ୟ, ଶିଳ୍ପ, ପିଏସୟୁ, ଯାତ୍ରୀ ସଂଗଠନ ସଦସ୍ୟ, ଖାଉଟି ସଂଗଠନ ସଭ୍ୟ ଏବଂ ଅନ୍ୟାନ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରି ସେମାନଙ୍କର ବହୁ ମୂଲ୍ୟ ମତ ଓ ପରାମର୍ଶ ପ୍ରଦାନ କରିଥିଲେ I

ଏହି ବୈଠକ ରେ ଯାତ୍ରୀ ସୁବିଧା ଓ ସେବା ସହିତ ସାଧାରଣ ଚାହିଦା ଓ ଅନ୍ୟାନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା I ପୂର୍ବତଟ ରେଳପଥ ର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ସହିତ ବରିଷ୍ଠ ଉପମହାପ୍ରବନ୍ଧକ ଶ୍ରୀ ଏଚ.କେ.ଦତ୍ତ ଓ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ I କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ର ସମ୍ପାଦକ ତଥା ରେଳପଥ ର ଉପମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଏହି ବୈଠକ କୁ ପରିଚାଳନା କରିଥିଲେ I

LEAVE A REPLY

Please enter your comment!
Please enter your name here