ତପ୍ତପାଣି ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର

0
424

ସାନଖେମୁଣ୍ଡି , ୦୨/୦୮/୨୦୨୨ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ତପ୍ତପାଣି ଘାଟି ତଳେ ଆଜି ପୁଣି ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ରହିଅଛି । ସୂଚନା ପ୍ରକାରେ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିତଳ ଖେମୁଣ୍ଡିଖୋଲ ନିକଟରେ ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଯାଉଥିବା କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ସନ୍ଦେହ କରାଯାଇଛି । କାରରେ ଥିବା ପାଞ୍ଚଜଣଙ୍କ ମଧ୍ୟରୁ ଆହତ ତିନି ଜଣଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାସ୍ଥଳରେ କାର ରେଜି ନଂ ଓଆର – ୦୨ , ଏଏମ୍ ୧୨୭୫ ପଡିରହିଥିବା ବେଳେ ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here