ଡିସେମ୍ବର ୩ ରେ ଆଇଆରସିଟିସି ପକ୍ଷରୁ ଦକ୍ଷିଣ ଭାରତ ର ପ୍ରମୁଖ ତୀର୍ଥ ସ୍ଥଳୀ ଦର୍ଶନ ପାଇଁ ସ୍ବତନ୍ତ୍ର ରେଳ

0
361

ବ୍ରହ୍ମପୁର,୦୫/୦୮/୨୦୨୨: ଆଇଆରସିଟିସି ପକ୍ଷରୁ ଦକ୍ଷିଣ ଭାରତ ର ପ୍ରମୁଖ ତୀର୍ଥ ସ୍ଥଳୀ ଭ୍ରମଣ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ରେଳ ଆସନ୍ତା ଡିସେମ୍ବର ୩ ରେ ଯାତ୍ରା କରିବ। ଓଡ଼ିଶାର ତୀର୍ଥ ଯାତ୍ରୀ ଙ୍କ ପାଇଁ ଏହି ରେଳ ଟି ସମ୍ବଲପୁର, ଭୁବନେଶ୍ୱର ଏବଂ ବ୍ରହ୍ମପୁର ରୁ ରେଳ ଯାତ୍ରୀ ଙ୍କୁ ନେଇ ଦକ୍ଷିଣ ଭାରତ ର ପ୍ରମୁଖ ତୀର୍ଥ ସ୍ଥଳୀ କୁ ଯାତ୍ରା କରିବ। ଏ ସମ୍ପର୍କରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆରସିଟିସି ର ଆଞ୍ଚଳିକ ମେନେଜେର୍ ଡାଃ. କ୍ରାନ୍ତି .ପି.ସାଓ୍ବାରକର ସୁଚନା ଦେଇଛନ୍ତି।ଏହି ରେଳ ଟି ୧୧ ଦିନ ପାଇଁ ଯାତ୍ରା ଆରମ୍ଭ କରି ରାମେଶ୍ବରମ୍ ସ୍ଥିତ ରାମନାଥସ୍ବାମି ମନ୍ଦିର, ଧନୁଷକଢି ମଦୁରାଇ ସ୍ଥିତ ମିନାକ୍ଷି ମନ୍ଦିର, କନ୍ୟାକୁମାରୀ ସ୍ଥିତ କନ୍ୟାକୁମାରୀ ମନ୍ଦିର ଏବଂ ବିବେକାନନ୍ଦ ସ୍ମୃତି ପୀଠ,ତାଞ୍ଜାଭୂର ସ୍ଥିତ ବିଶ୍ବ ଐତିହ୍ୟ ବ୍ରିହଦେଶ୍ବର ମନ୍ଦିର, କାଞ୍ଚିପୁରମ୍ ସ୍ଥିତ ବିଷ୍ଣୁ କାଞ୍ଚି, ଶିବ କାଞ୍ଚି ଏବଂ କାମାକ୍ଷି ଅମ୍ମନ ମନ୍ଦିର, ମହାବଳୀପୁରମ୍ ସ୍ଥିତ ମହାବଳୀ ମନ୍ଦିର, ବେଳାଭୂମି ରେ ମନ୍ଦିର ପଞ୍ଚରଥ,ଅର୍ଜୁନ ଙ୍କ ପୀଠ ହୋଇ ଶ୍ରୀଶେଳମ୍ ସ୍ଥିତ ମାଲକାର୍ଜୁନ ଜୋର୍ତିଲିଙ୍ଗ ମନ୍ଦିର ଦର୍ଶନ କରି ଫେରିବ। ଏଥିପାଇଁ ଆଇଆରସିଟିସି ପକ୍ଷରୁ ଜଣକ ପିଛା ବଜେଟ ଦର ୧୮୫୫୦ ଟଙ୍କା ଥିବା ବେଳେ ଷ୍ଟାଣ୍ଡାଡ ଦର ୨୧୨୦୫ ଟଙ୍କା ରହିଛି। ଏଥି ସହ ଆଇଆରସିଟିସି ପକ୍ଷରୁ ଯାତ୍ରା ସମୟରେ ଯାତ୍ରୀ ମାନଙ୍କୁ ରାତ୍ରି ରହଣୀ, ପ୍ରତ୍ୟେକ ଦିନ ନିରାମିଷ ଭୋଜନ ସହ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବାର ବନ୍ଦୋବସ୍ତ କରାଯାଇଥିବା ସୁଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here