ବିନାୟକ ଆଚାର୍ଯ୍ୟ କଲେଜରେ ବାର୍ଷିକ ଦିବସ ଓ ପୁରାତନ ଛାତ୍ରଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ

0
285

ବ୍ରହ୍ମପୁର,୦୫/୦୮/୨୦୨୨:
ସ୍ଥାନୀୟ ହରିଡାଖଣ୍ଡି ଛକ ସ୍ଥିତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ରେ ‘ମୋ କଲେଜ ଅଭିଯାନ’ ତରଫରୁ ପ୍ରାଣୀ ବିଜ୍ଞାନ ବିଭାଗର ବାର୍ଷିକ ଦିବସ ଓ ପୂର୍ବ ଛାତ୍ରଛାତ୍ରୀ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଅଛି।ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ପ୍ରମିଳା ଖାଡଙ୍ଗା ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଅଧ୍ୟକ୍ଷାଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ଃ.ଆନନ୍ଦ ସେଠୀ, ମୋ କଲେଜ ସଂଯୋଜିକା ତଥା ବିଭାଗୀୟ ମୁଖ୍ୟା ଡ଼ଃ.ମଧୁସ୍ମିତା ଦାସ,ମହାବିଦ୍ୟାଳୟର ପୂର୍ବଛାତ୍ର ସଂସଦର ସମ୍ପାଦକ ଶ୍ରୀ ସୁରେଶ କୁମାର ପାଢୀ,ବିଭାଗୀୟ ଅଧ୍ୟାପକ ଶ୍ରୀ ସୁଶାନ୍ତ ପ୍ରଧାନ,ଅଧ୍ୟାପିକା ଶ୍ରୀମତୀ ଭବାନୀ ପଣ୍ଡା ମଞ୍ଚାସୀନ ଥିଲେ।ସମସ୍ତ ଅତିଥିଗଣ ପୂର୍ବ ଛାତ୍ର ଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ଉଜ୍ବଳ ଭବିଷ୍ୟତ ପ୍ରାର୍ଥନା କରିଥିଲେ।ଉପସ୍ଥିତ ଥିବା ପୂର୍ବ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟରେ ବିତେଇଥିବା ସେମାନଙ୍କ ଅନୁଭୂତି ବଖାଣି ଥିଲେ।ଏହି ଅବସରରେ ପୂର୍ଵଛାତ୍ରଛାତ୍ରୀ ମାନଙ୍କ ତରଫରୁ ଏକ ମାନବ କଙ୍କାଳ ତନ୍ତ୍ର ଓ ସରସ୍ବତୀ ଫଟୋ ଉପହାର ସଦୃଶ ବିଭାଗକୁ ପ୍ରଦାନ କରାଯାଇଥିଲା।ବାର୍ଷିକ ଦିବସ ଉପଲକ୍ଷେ ବିଭାଗ ଦ୍ଵାରା ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ସମସ୍ତ ପୂର୍ବ ଛାତ୍ରଛାତ୍ରୀଙ୍କୁ ମୋ କଲେଜ ପୋର୍ଟାଲ ରେ ରେଜିଷ୍ଟ୍ରେସନ କରିବା ପାଇଁ ସଂଯୋଜିକା କହିଥିଲେ।ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ରାଧାରାଣୀ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ସେମିନାର ସମ୍ପାଦିକା ସୁଶ୍ରୀ ବନ୍ଦନା ସ୍ୱାଇଁ ବାର୍ଷିକ ସେମିନାର ବିବରଣୀ ପାଠ କରିଥିଲେ।ଏହି ଅବସରରେ ଏକ ବାର୍ଷିକ ସେମିନାର ପତ୍ରିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମ ବିଭାଗର ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁଚାରୁ ରୂପେ ସମ୍ପାଦିତ ହୋଇଥିବାରୁ ପୂର୍ବଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here