ଦିଗପହଣ୍ଡିରେ ଏବିଭିପି ପକ୍ଷରୁ ଯବାନଙ୍କ ପାଇଁ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ରୁ ରାକ୍ଷୀ ସଂଗ୍ରହ ଅଭିଯାନ

0
373

ଦିଗପହଣ୍ଡି , ୦୫/୦୮/୨୦୨୨ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନଗର ଶାଖା ସୌଜନ୍ୟରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ” ଯବାନଙ୍କ ପାଇଁ ରାକ୍ଷୀ ” ପ୍ରେରଣ Rakhi For Soldiers ଅଭିଯାନ ମାଧ୍ୟମରେ ଦିଗପହଣ୍ଡି ନଗରର ଏବିଭିପି କାର୍ଯ୍ୟକର୍ତ୍ତା ସମୂହ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ରାଷ୍ଟ୍ରର ସୁରକ୍ଷା ପାଇଁ ସଦା ସର୍ବଦା ଜାଗ୍ରତ ହୋଇ ଦେଶବାସୀଙ୍କୁ ସୁରକ୍ଷା ଯୋଗାଉଥିବା ବୀର ଯବାନ ଭାଇମାନଙ୍କ ପାଇଁ ଅଞ୍ଚଳରେ ଥିବା ମହାବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ କେନ୍ଦ୍ରରେ ଶିକ୍ଷାରତ ଥିବା ଭଉଣୀମାନଙ୍କ ଠାରୁ ପବିତ୍ର ରାକ୍ଷୀ ଓ ଶୁଭେଚ୍ଛା ବାର୍ତ୍ତା ବହନ କରୁଥିବା ଚିଠି ସଂଗ୍ରହ କରାଯାଇଛି । ଅଭିଯାନ ମାଧ୍ୟମରେ ବଡ଼ଖେମୁଣ୍ଡି ଓ ସାନ ଖେମୁଣ୍ଡି ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ତଥା ଖେମୁଣ୍ଡି ମହାବିଦ୍ୟାଳୟ , ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ , ପୋଡାମାରି ସ୍ଥିତ ଉଚ୍ଚ ମାଧ୍ୟମିକ ଶୈକ୍ଷିକ ବିଦ୍ୟାଳୟ , ଦିଗପହଣ୍ଡି ସ୍ଥିତ ଗ୍ରେଟ୍ ଏଜୁକେସନ୍ କୋଚିଂ ସେଣ୍ଟରରୁ ଯବାନଙ୍କ ଉଦ୍ଧେଶ୍ୟରେ ପ୍ରେରଣ ପାଇଁ ଶତାଧିକ ରାକ୍ଷୀ ଓ ଶୁଭେଚ୍ଛା ପତ୍ର ସଂଗ୍ରହ କରଯାଇଛି । ଏହି ଅବସରକୁ ଛାତ୍ରୀସମୂହ ହାତଛଡ଼ା ନ କରି ଉତ୍ସାହ ସହକାରେ ଦେଶର ଯବାନ ଭାଇଙ୍କୁ ରାକ୍ଷୀ ପ୍ରଦାନ କରିଛନ୍ତି । ଆୟୋଜିତ ଏହି ଅଭିଯାନକୁ ଗଞ୍ଜାମ ବିଭାଗ ସୋସିଆଲ ମିଡ଼ି଼ଆ ପ୍ରମୁଖ ସୁନୀଲ କୁମାର ଦୋରା ଓ ଦିଗପହଣ୍ଡି ନଗର ସମ୍ପାଦକ ଅମିତ୍ କୁମାର ରଥଙ୍କ ସହ ପ୍ରମୁଖ ହରିକୃଷ୍ଣ ଦୋରା , ବିଜୟ ସମେତ ଅଭିଯାନର ସଂଯୋଜିକା ମୋନାଲିକା , ସୁନେନା ନନ୍ଦ, ରାଣୀ, ମୋନାଲିସା, ଶୀତଲ୍ , ଧରିତ୍ରୀ ପ୍ରମୁଖ ଛାତ୍ରୀ ଓ କାର୍ଯ୍ୟକର୍ତ୍ତାମାନେ ସମସ୍ତ କଲେଜ ପରିସରରେ ପହଞ୍ଚି ରାକ୍ଷୀ ଓ ଶୁଭେଚ୍ଛା ପତ୍ର ସଂଗ୍ରହ କରି ଶିକ୍ଷାର୍ଥୀଙ୍କ ମନରେ ଦେଶଭକ୍ତିର ଭାବନା ସୃଷ୍ଟି କରିଥିଲେ ।

LEAVE A REPLY

Please enter your comment!
Please enter your name here