ଓପେପା କର୍ମଚାରୀ ସେବା ସଂଘ ଗଞ୍ଜାମ ଶାଖାର କର୍ମକର୍ତ୍ତା ଚୟନ ବୈଠକ : ସନତ ବେହେରା ସଭାପତି ମନୋନୀତ ।

0
832

ବ୍ରହ୍ମପୁର , ୦୫/୦୮/୨୦୨୨ : ରାଜ୍ୟ ଓପେପା କର୍ମଚାରୀ ସେବାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ଆଜି ଛତ୍ରପୁର ସ୍ଥିତ ଡିପିସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ରାଜ୍ୟ ସଂଘ ନେତୃତ୍ବଙ୍କ ନିର୍ଦ୍ଧେଶ ମତେ ଆଜିର ବୈଠକରେ ଜିଲ୍ଲା ସଂଘର କର୍ମକର୍ତ୍ତା ଚୟନ ହୋଇଅଛି । ଆୟୋଜିତ ଏହି ବୈଠକରେ ସର୍ବସମ୍ମତି କ୍ରମେ ସଂଘର ଜିଲ୍ଲା ସଭାପତି ଭାବେ ଇଞ୍ଜିନିୟର ସନତ ବେହେରା ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭବେ ମଧୁସୂଦନ ପରିଡ଼ା ମନୋନୀତ ହୋଇଛନ୍ତି । ଜିଲ୍ଲା ସଂଘର ସମ୍ପାଦକ ଭାବେ ସରୋଜ ମୋହନ ପାଳ ଏବଂ କୋଷାଧ୍ୟକ୍ଷ ଭାବରେ ଲକ୍ଷ୍ମୀ ଚରଣ ଶତପଥୀ ମନୋନୀତ ହୋଇଛନ୍ତି । ଏହା ସହିତ ରାଜ୍ୟ ସଂଘ ପାଇଁ ଜିଲ୍ଲା ପ୍ରତିନିଧି ଭାବରେ ସନତ ବେହେରା ଏବଂ ଅଜୟ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଥିବା ବେଳେ ମଧୁସୂଦନ ପରିଡ଼ା ଏବଂ ପ୍ରଶାନ୍ତ କୁମାର ବେହେରାଙ୍କୁ ସଂଘର ଦୁଇ ଜଣିଆ ସିଗ୍ନେଟରୀ ଅଥରିଟି ଭାବେ ଦାୟିତ୍ଵ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here