ବେଆଇନ ମଦ ଚଢ଼ାଉ ବେଳେ ଆକ୍ରମଣ, ତହସିଲଦାର ଙ୍କ ସମେତ ୩ ଆହାତ

0
470

ବ୍ରହ୍ମପୁର,୦୬/୦୮/୨୦୨୨:
ଅବକାରୀ ବିଭାଗର ମିଳିତ ବେଆଇନ ମଦ ଧରପଗଡ଼ ବେଳେ ପାତ୍ରପୁର ବ୍ଲକ ବୁଢ଼ିଘାଟି ଅଞ୍ଚଳରେ ସ୍ଥାନୀୟ କୋଚିଆ ମଦ ବେପାରୀଙ୍କ ପକ୍ଷରୁ ମିଳିତ ଆକ୍ରମଣ । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କ ସହ ତିନି କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ସୂଚନା । ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଆହତ ତହସିଲଦାରଙ୍କ ସହ ୩ ଜଣଙ୍କୁ ସୂରଙ୍ଗୀ ମେଡ଼ିକାଲରେ ଭର୍ତି କଲା ସ୍ଥାନୀୟ ପୋଲିସ । ଜୟନ୍ତିପୁରର ଜନୈକ ମଦବେପାରୀ ତଥା ସରକାରୀ ବିଦ୍ୟାଳୟ ଖେଳ ଶିକ୍ଷକଙ୍କୁ ଗତ କାଲି ଇ ଡି ଏବଂ ଭିଜିଲାନ୍ସ ଚଢାଉ କରି ବିପୁଳ ସମ୍ପତି ଜବତ କରିଥିବା ବେଳେ ଆଜିର ପ୍ରଶାସନିକ ସ୍ତରରେ ହୋଇଥିବା ବେଆଇନ ମଦ ଧରପାଗଡ ବେଳେ ମାଜିଷ୍ଟ୍ରେଟଙ୍କୁ ମାଡ଼ ଘଟଣା ଆସନ୍ତା ଦିନର ବିଭାଗୀୟ ପଦକ୍ଷେପକୁ ଗୁରୁତ୍ୱାରୋପ କରୁଅଛି ।

LEAVE A REPLY

Please enter your comment!
Please enter your name here