କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଅଞ୍ଚଳ ର ସେବା ଓ ସମ୍ମାନ କାର୍ଯ୍ୟକ୍ରମ।

0
598

ବ୍ରହ୍ମପୁର, ୦୭/୦୮/୨୦୨୨:ଆଜି ସ୍ଥାନୀୟ ଗଜପତି ନଗର ତୃତୀୟ ଲାଇନ ରେ ଥିବା ଶ୍ରୀ ଶ୍ରୀ କନ୍ୟକା ପରମେଶ୍ବରୀ ଧର୍ମଶାଳା ଠାରେ କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଅଞ୍ଚଳ ତରଫରୁ ସେବା ଓ ସମ୍ମାନ କାର୍ଯ୍ୟକ୍ରମ ଅଞ୍ଚଳ ସଭାପତି କେ ଗୋପାଳ କୃଷ୍ଣ ସେନାପତି ଙ୍କ ସଭାପତିତ୍ବରେ ହୋଇଯାଇଅଛି।ଏଥିରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ମୂଖ୍ୟ ବକ୍ତା ଭାବେ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ଵ ଶ୍ରୀଯୁକ୍ତ ହୃଷୀକେଶ ପାଣିଗ୍ରାହୀ,ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ସ୍ଥାନୀୟ କର୍ପୋରେଟର ଶ୍ରୀ ନିର୍ମଳ ମିଶ୍ର ଏବଂ କର୍ପୋରେଟର ଶ୍ରୀନିବାସ ଯୋଗଦେଇ ଅତିଥି ମାନେ ନିଜ ବକ୍ତବ୍ୟରେ କଳିଙ୍ଗ ବୈଶ୍ୟ ଜାତିର ଏକତା,ପରୋଉପକାର, ସାହାର୍ଯ୍ୟ, ସେବାକାର୍ଯ୍ୟ ଓ ସମାଜରେ ସେବା କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରିବା ଭଳି ମହତ୍ କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ କଳିଙ୍ଗ ବୈଶ୍ୟ ଜାତିର ଅସହାୟ,ବୃଦ୍ଧ, ଅନଗ୍ରସର ବ୍ୟକ୍ତି ବିଶେଷ ଙ୍କୁ ଅସହାୟ ଭତା ଅତିଥି ମାନଙ୍କ ହାତରେ ପ୍ରଦାନ କରାଯାଇଥିଲା। ଧର୍ମଶାଳା ରେ ରହି ପାଠ ପଢୁଥିବା ବିଦ୍ୟାର୍ଥୀ ମାନଙ୍କୁ ପ୍ରୋତ୍ସାହନ ଭାବେ ଉପହାର ଦିଆଯାଇଥିଲା। ବ୍ରହ୍ମପୁର ସହରର ସେବା ଦଳ “ଟିମ୍ କ୍ଲିନ୍ ସିଟି” ର ସମସ୍ତ ସଦସ୍ୟ ଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ “କଳିଙ୍ଗ ବୈଶ୍ୟ ସେବା ସମ୍ମାନ” ରେ ସମ୍ମାନିତ କରାଯାଇଥିଲା ତା ସହିତ ସ୍ବାସ୍ଥ୍ୟ ସଚେତନତା ର ବାର୍ତ୍ତା ନେଇ ମନାଲି ଠାରୁ ଖର୍ଦୁଙ୍ଗଲା ପାହାଡ ପର୍ଯ୍ୟନ୍ତ ଦୀର୍ଘ ୪୬୬ କିଲୋମିଟର ସାଇକେଲ ଯାତ୍ରା କରିଥିବା ଶ୍ରୀ କୋଟନି ତିର୍ମଲ୍ କୁମାର ଓ ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁନାବେଢ଼ା ମୁନିସିପାଲ୍ଟି ଚେୟାରମ୍ୟାନ ଶ୍ରୀ ରାଜେନ୍ଦ୍ର କୁମାର ପାତ୍ର ଙ୍କୁ “କଳିଙ୍ଗ ବୈଶ୍ୟ ପ୍ରତିଭା ସମ୍ମାନ” ରେ ସମ୍ମାନିତ କରାଯାଇଥିଲା ଏହି ପରିପେଖିରେ “ନାରୀ ଶକ୍ତି ସମ୍ମାନ” ଦିଆଯାଇଥିଲା ଶ୍ରୀମତୀ କେ ମାଧବୀ ପାତ୍ର ଙ୍କୁ ।ସର୍ବୋପରି ସମାଜ ସବା କୁ ଜୀବନର ବ୍ରତ କରିଥିବା କବି ଅଣରାଶି ତ୍ରିପତି ବାଲାଜୀ ପାତ୍ର ଙ୍କୁ ଅଞ୍ଚଳ ତରଫରୁ”ଯଶସ୍ୱୀ ପ୍ରତିଭା ସମ୍ମାନ”ପ୍ରଦାନ କରାଯାଇଥିଲା ଏଥିରେ ତେତିଶ ଗୋଟି ସଂଘରୁ ସଭାପତି ସମ୍ପାଦକ,ମହିଳା ସଂଘ ସଭାନେତ୍ରୀ ସମ୍ପାଦିକା,ଯୁବକ ସଂଘ ସଭାପତି ସମ୍ପାଦକ ଙ୍କ ସମେତ ଅଞ୍ଚଳ କର୍ମକର୍ତ୍ତା, ଧର୍ମଶାଳା ସଭାପତି ଶ୍ରୀ ବଦ୍ରିନାରାୟଣ ସରାବ ଙ୍କ ସହିତ ମହାସଂଘ ସଭ୍ୟ, ନିମନ୍ତ୍ରିତ ଅତିଥି ମାନଙ୍କ ବହୁ ମାତ୍ରାରେ ସମାଗମ ହୋଇଥିଲା। ତ୍ରିପତି ବାଲାଜୀ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଞ୍ଚଳ ସମ୍ପାଦକ ଏସ ତ୍ରିନାଥ ପାତ୍ର,ବି. ଭେଙ୍କଟ ରମଣ ମୂର୍ତ୍ତି ଓ ଗୌରଙ୍ଗ ସୁବୁଦ୍ଧି ଙ୍କ ସମେତ ସମସ୍ତ ମହାସଂଘ ସଦସ୍ୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here