+୨ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳାଫଳ ଘୋଷିତ।ଦକ୍ଷିଣାଞ୍ଚଳରେ : କଳାରେ ୭୫.୬୫ % ଓ ଧନ୍ଦାମୂଳକ ଶିକ୍ଷାରେ ୫୮.୦୦ % ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ

0
242

ବ୍ରହ୍ମପୁର,୦୮/୦୮/୨୦୨୨: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତର ବାର୍ଷିକ ପରୀକ୍ଷା ଫଳାଫଳ ଆଜି ଅପରାହ୍ଣରେ ପ୍ରକାଶିତ ହୋଇଛି l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସଂକ୍ଷିପ୍ତ ସଭାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ ମିଶ୍ର ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ l
ଚଳିତ ବର୍ଷ ଓଡ଼ିଶାର ଦକ୍ଷିଣାଞ୍ଚଳ ଅଧୀନସ୍ଥ ୮ଟି ଜିଲ୍ଲା ଯଥା : ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳରେ ଉଭୟ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପୂର୍ବ ବର୍ଷ ତୁଳନାରେ ଅଧିକ ସଫଳତା ହାସଲ କରିଥିବା ଘୋଷିତ ଫଳାଫଳରୁ ସୂଚନା ମିଳୁଛି lଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ଚଳିତ +୨ କଳା ପରୀକ୍ଷାରେ ସର୍ବମୋଟ ୪୩୫୦୨ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୪୨୩୭୭ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୩୩୧୯୬ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୫.୬୫ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୧୦୯୩୪ ଜଣ ପ୍ରଥମ, ୮୦୫୮ ଜଣ ଦ୍ବିତୀୟ ଓ ୧୪୨୦୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୧୦୨ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l କୌଣସି କାରଣରୁ ୩ ଜଣଙ୍କ ଫଳାଫଳ ସ୍ଥଗିତ ରହିଛି l
ସେହିପରି ଚଳିତ ବର୍ଷ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ସର୍ବମୋଟ ୮୨୬ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୭୯୩ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୫୪୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୫୮.୦୦ ପ୍ରତିଶତ l ୧୭୨ ଜଣ ପ୍ରଥମ, ୨୬୪ ଜଣ ଦ୍ବିତୀୟ, ୧୦୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l ଧନ୍ଦାମୂଳକ ଶିକ୍ଷାରେ ଏ ବର୍ଷ କପି ଅଭିଯୋଗରେ ୩ ଜଣ ପରୀକ୍ଷାର୍ଥୀ ଅଭିଯୁକ୍ତ ହୋଇଥିବା ବେଳେ ୪ ଜଣଙ୍କ ଫଳ ସ୍ଥଗିତ ରହିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କୁ ସୌଜନ୍ୟରୁ ଜଣାପଡ଼ିଛି lଗଞ୍ଜାମ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୧୭୫୦୯ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୧୭୨୨୧ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୪୫୩୭ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୪.୪୧ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୬୧୯୮ଜଣ ପ୍ରଥମ,୩୩୪୨ ଜଣ ଦ୍ବିତୀୟ ଓ ୪୯୯୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 3 ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୪୧ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଫଳ ସ୍ଥଗିତ ରହିଛି l
ସେହିପରି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୨୪୬ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୨୩୯ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୮୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୮.୬୬ ପ୍ରତିଶତ l ୬୨ଜଣ ପ୍ରଥମ, ୮୮ ଜଣ ଦ୍ବିତୀୟ, ୩୮ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କପି ଅଭିଯୋଗରେ ଜଣେ ଅଭିଯୁକ୍ତ ହୋଇଛନ୍ତି l ୩ଜଣଙ୍କ ଫଳ ସ୍ଥଗିତ ରହିଛି lଗଜପତି ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୩୦୭୯ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୩୦୧୫ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୨୪୧୪ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୦.୦୬ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୫୯୯ ଜଣ ପ୍ରଥମ, ୭୬୯ ଜଣ ଦ୍ବିତୀୟ ଓ ୧୦୪୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ଗଜପତି ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୧୧୩ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୧୦୮ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୬୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୫୫.୫୫ ପ୍ରତିଶତ l ୧୯ ଜଣ ପ୍ରଥମ, ୨୬ ଜଣ ଦ୍ବିତୀୟ, ୯ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି l ୬ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଥିବା ବେଳେ ଜଣକର ଫଳ ସ୍ଥଗିତ ରହିଛି ।କୋରାପୁଟ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୫୨୦୯ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୫୦୭୬ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୩୬୧୦ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୧.୧୧ପ୍ରତିଶତ l ଏମାନଙ୍କ ମଧ୍ୟରୁ ୮୪୩ ଜଣ ପ୍ରଥମ, ୯୧୬ଜଣ ଦ୍ବିତୀୟ ଓ ୧୮୫୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀ କପି ଅଭିଯୁକ୍ତ ହୋଇଛନ୍ତି ଏବଂ ଜଣକର ଫଳ ସ୍ଥଗିତ ରହିଛି l
ସେହିପରି ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୧୭୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୧୬୩ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୦୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୧.୯୬ ପ୍ରତିଶତ l ୧୯ ଜଣ ପ୍ରଥମ, ୪୬ ଜଣ ଦ୍ବିତୀୟ, ୩୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି l
ମାଲକାନଗିରି ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୨୪୯୭ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୨୩୮୬ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୫୯୦ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୬.୬୩ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୨୩୯ ଜଣ ପ୍ରଥମ, ୩୬୭ ଜଣ ଦ୍ବିତୀୟ ଓ ୯୮୪ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୬ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l ଜଣେ ପରୀକ୍ଷାର୍ଥୀଙ୍କ ଫଳ ସ୍ଥଗିତ ରହିଛି l
ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷାରେ କୌଣସି ପରୀକ୍ଷାର୍ଥୀ ନ ଥିବା ଏହି ସୂତ୍ରରୁ ପ୍ରକାଶ lନବରଙ୍ଗପୁର ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୩୮୦୫ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୩୬୩୧ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୨୩୩୦ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୪.୧୬ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୩୮୦ ଜଣ ପ୍ରଥମ, ୪୮୮ ଜଣ ଦ୍ବିତୀୟ ଓ ୧୪୬୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 10 ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି lସେହିପରି ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୩ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ୩ଜଣ ଯାକ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ କେହି ବି କୃତକାର୍ଯ୍ୟ ହୋଇ ନାହାନ୍ତି l
ରାୟଗଡ଼ା ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ୩୪୫୯ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୩୩୭୬ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୨୬୮୨ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୯.୪୪ପ୍ରତିଶତ l ଏମାନଙ୍କ ମଧ୍ୟରୁ ୭୭୦ ଜଣ ପ୍ରଥମ, ୬୭୯ଜଣ ଦ୍ବିତୀୟ ଓ ୧୨୩୩ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାଟମେଣ୍ଟରେ କେହି ନାହାନ୍ତି l ଜଣେ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି ।ସେହିପରି ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୮୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୭୭ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୪୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୧.୦୩ ପ୍ରତିଶତ l ୯ ଜଣ ପ୍ରଥମ, ୩୨ଜଣ ଦ୍ବିତୀୟ, ୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି l ଜଣେ ପରୀକ୍ଷାର୍ଥୀ କପି ଅଭିଯୁକ୍ତ ହୋଇଛନ୍ତି lବୌଦ୍ଧ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୨୬୯୯ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୨୫୮୪ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୨୧୪୫ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୩.୦୧ପ୍ରତିଶତ l ଏମାନଙ୍କ ମଧ୍ୟରୁ ୮୭୧ ଜଣ ପ୍ରଥମ, ୫୩୯ ଜଣ ଦ୍ବିତୀୟ ଓ ୭୩୪ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି lଜଣେ କମ୍ପାର୍ଟମେଣ୍ଟରେ ପାଶ୍ କରିଥିବା ବେଳେ ୬ ଜଣ କପି ଅଭିଯୁକ୍ତ ହୋଇଥିବା ଏହି ସୂତ୍ରରୁ ପ୍ରକାଶ lସେହିପରି ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୭୪ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୭୨ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୫୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୫.୦୦ ପ୍ରତିଶତ l ୧୧ଜଣ ପ୍ରଥମ, ୪୬ ଜଣ ଦ୍ବିତୀୟ ଶ୍ରେଣୀରେ ଓ ୭ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି lକନ୍ଧମାଳ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୫୨୪୫ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୫୦୮୮ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୩୮୮୮ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୬.୪୧ପ୍ରତିଶତ l ଏମାନଙ୍କ ମଧ୍ୟରୁ ୧୦୩୪ଜଣ ପ୍ରଥମ, ୯୫୮ ଜଣ ଦ୍ବିତୀୟ ଓ ୧୮୯୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୪ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି lସେହିପରି ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୧୩୮ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୧୩୧ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୯୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୪.୦୮ ପ୍ରତିଶତ l ୫୨ ଜଣ ପ୍ରଥମ, ୩୬ ଜଣ ଦ୍ବିତୀୟ, ୧୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଦକ୍ଷିଣାଞ୍ଚଳ ଉପସଚିବ ଡାଃ. ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l

LEAVE A REPLY

Please enter your comment!
Please enter your name here