ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାନଖେମୁଣ୍ଡିରେ ଦେଶାତ୍ମବୋଧକ କବିତା ପାଠୋତ୍ସବ

0
438

ସାନଖେମୁଣ୍ଡି, ୧୬/୦୮/୨୦୨୨: ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ସାନଖେମୁଣ୍ଡି ସାହିତ୍ୟ ସଂସଦ ପରିସରରେ ଦେଶାତ୍ମବୋଧକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟପୁର ମହାଲକ୍ଷ୍ମୀ ମନ୍ଦିର କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ସାରସ୍ବତ କାର୍ଯ୍ୟକ୍ରମରେ କବି କଳାକାର ସାମ୍ୱାଦିକ ଚିତ୍ରଶିଳ୍ପୀଙ୍କ ସମେତ ସହିଦ୍ ପରିବାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ଓଡ଼ିଶାର ୨୫ ଟି ଜିଲ୍ଲାର ୧୨୫ ସ୍ଥାନରେ ଏକକାଳୀନ ୨୫୦୦ କବି ଦେଶାତ୍ମବୋଧକ କବିତା ପାଠ କରିବା କାର୍ଯ୍ୟକ୍ରମ ଅନୁସାରେ ଏକାଡେ଼ମୀ ପକ୍ଷରୁ ସାନଖେମୁଣ୍ଡି ସାହିତ୍ୟ ସଂସଦ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରାକ୍ତନ ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣଚନ୍ଦ୍ର ନିଷଙ୍କ ଉଦଘାଟନ କରିଥିଲେ । ” ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ ଖେମୁଣ୍ଡିର ଭୂମିକା ” ଶୀର୍ଷକ ଆଲୋଚନାଚକ୍ରରେ ଗବେଷକ ଡଃ ଅନନ୍ତରାମ କର କୌଣ୍ଡିନ୍ୟ ଯୋଗଦେଇ ଅଞ୍ଚଳର ସଂଗ୍ରାମୀ ପରାକାଷ୍ଠା ସମ୍ପର୍କରେ ଆଲୋକପାତ କରିଥିଲେ । ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅଧିବେଶନରେ ମୁଖ୍ୟଅତିଥି ବିଡ଼ିଓ ଗାୟତ୍ରୀଦତ୍ତ ନାୟକ , ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ସଭ୍ୟ ଡ ସିଦ୍ଧାର୍ଥ ଶଙ୍କର ପାଢ଼ୀ , ସେବାନିବୃତ୍ତ କଲେଜ ଅଧ୍ୟକ୍ଷ ଡ କୃଷ୍ଣ ଚରଣ ମହାପାତ୍ର , ଡ ହରିକୃଷ୍ନ ନାୟକ , ଜିଲ୍ଲା କଳା ସଂସ୍କୃତି ଉପ ସଭାପରି ସନ୍ତୋଷ କୁମାର ପାଢ଼ୀ , କଳା ସାହିତ୍ୟ ସଂସ୍କୃତି ସ୍ୱାଧୀନତା ସଂଗ୍ରାମ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିନାୟକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନ କବିତା ପାଠୋତ୍ସବରେ ପିତବାସ ତ୍ରିପାଠୀ , ଶିବରାମ ସାବତ , ସୁରେଶ ନାୟକ ସଂଯୋଜନା କରିଥିଲେ । ସଂଯୁକ୍ତା ନାୟକଙ୍କ ଲିଖିତ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ୫୬ ଜଣ କବି ସ୍ବରଚିତ କବିତା ପାଠ କରିଥିବା ବେଳେ ସମସ୍ତଙ୍କୁ ସ୍ମୁତିପତ୍ରରେ ସମ୍ବର୍ଦ୍ଧିତ କରାଯାଇଥିଲା । କବି ଶରତ ଚନ୍ଦ୍ର ପଣ୍ଡା , ରୋହିତ ଜେନା ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here