ପାତ୍ରପୁର,୧୮/୦୯/୨୨, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମଦିନ ପାଳନ ଅବସରରେ ବିରୋଧିଦଳର ନେତାମାନଙ୍କ ଠାରୁ ଆରମ୍ଭ କରି ନିଜ ଦଳର ନେତା ଓ ମନ୍ତ୍ରୀମାନଙ୍କ ପକ୍ଷରୁ ତାଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିଛି । ପ୍ରତ୍ୟେକ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ପ୍ରାୟତଃ ବିକାଶ ପଦକ୍ଷେପ ସହ ଯୋଡ଼ି ପାଳନ କରାଯାଉଥିବା ବେଳେ ଦେଶରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସପ୍ତାହବ୍ୟାପୀ ସମାଜସେବା ମୁଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ରବିବାର ଦିନ ଚିକିଟି ନିର୍ବାଚନ ମଣ୍ଡଳୀ ବିଜେପି ଓ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ମୀନା ଦ୍ୟାନ ସାମନ୍ତରା ଯୋଗ ଦେଇଥିଲେ । ସ୍ଥାନୀୟ ପାତ୍ରପୁର ବ୍ଳକ ଅଧ୍ୟକ୍ଷ ଶ୍ରୀମତୀ ସଞ୍ଜୁକ୍ତା କାର୍ଯ୍ୟକ୍ରମରେ ଶୁଭ ଉଦ୍ଘାଟନ କରିଥିଲେ । ଆୟୋଜିତ ଏହି ରକ୍ତଦାନ ଶିବିରରେ ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୧୦୦ ଜଣ ପୁରୁଷ ଓ ୫ ଜଣ ମହିଳାଙ୍କ ସମେତ ୧୦୫ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଜନୈକ ମହିଳା ସସ୍ମିତା ଜେନାଙ୍କ ଠାରୁ ଆରମ୍ଭ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମରେ ବିବେକାନନ୍ଦ ଯୁବ ସଂଗଠନ ସଭାପତି ପି ମାଧବ ରାଓ, ଶିବ ପ୍ରସାଦ ଚୌଧୁରୀ, ଋଷି ପ୍ରଧାନ , କରୁନା ପ୍ରଧାନ, ଦଣ୍ଡ ରାମ ସାବତ, ରିଙ୍କୁ ପାଣିଗ୍ରାହୀଙ୍କ ସମେତ ବହୁ ବଦାନ୍ୟ ବ୍ୟକ୍ତି ଶିବିରରେ ଯୋଗ ଦେଇ ରକ୍ତଦାନ କରିଥିଲେ। ଶିବିରରେ ପାତ୍ରପୁର ବ୍ଳକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ସରପଞ୍ଚ ସଦାନନ୍ଦ ନାୟକ, ବିଜେପି ଏସ୍ ଟି ସେଲ ଜିଲ୍ଲା ସଭାପତି ନାଗ୍ମା, ବିଧାନସଭା ସଂଯୋଜକ ଆପାନା ପ୍ରଧାନ,ସୁରଙ୍ଗି ମଣ୍ଡଳ ସଭାପତି ରଞ୍ଜନ ପ୍ରଧାନ, ଜରଡା ମଣ୍ଡଳ ସଭାପତି ଅଜିତ ପ୍ରଧାନ, ବରଙ୍ଗ ସରପଞ୍ଚ ଭି ଦେବିପ୍ରସାଦ ଓ ସମିତି ସଭ୍ୟ ଷୋମାୟାଙ୍କ ସହିତ ବହୁ ଦଳିୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶିବିରରେ ସହଯୋଗ କରିଥିଲେ।