ମୋହନା ଏମକେସିଜି ସ୍ୱତନ୍ତ୍ର ବିଦ୍ୟାଳୟ ସମ୍ପର୍କୀୟ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପରିବେଷଣ ନେଇ ସାଧାରଣରେ ଅସନ୍ତୋଷ ।

0
434

ବ୍ରହ୍ମପୁର , ୧୯/୦୯/୨୦୨୨ : ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ମୋହନା ବ୍ଲକରେ ଥିବା ଏମକେସିଜି ଦୃଷ୍ଟିହୀନ,ବଧିର,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷlଘାତ ସ୍ୱତନ୍ତ୍ର ବିଦ୍ୟାଳୟ ତାର ସେବା ମନୋଭାବ ପରାୟଣତା ଚିନ୍ତାଧାରାକୁ ପାଥେୟ କରି ଜିଲ୍ଲା ତଥା ଅଞ୍ଚଳରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ବେଳେ ସମ୍ପ୍ରତି କିଛି କଳୁଷିତ ବ୍ୟକ୍ତିତ୍ଵଙ୍କ ବ୍ୟକ୍ତିଗତ ଆକ୍ରୋଶକୁ କିଛି ଗଣମାଧ୍ୟମ ଦ୍ଵାରା ପ୍ରତିଫଳିତ କରୁଥିବା ଲକ୍ଷ୍ୟ କରାଯାଇଛି । ଅଞ୍ଚଳର ଦିବ୍ୟାଙ୍ଗ ଦୃଷ୍ଟିହୀନ ,ମାନସିକ ଅନଗ୍ରସର ଏବଂ ମସ୍ତିସ୍କ ପକ୍ଷାଘାତ ଥିବା ଆଦିବାସୀ ଏବଂ ଆର୍ଥିକ ଅନଗ୍ରସର ବର୍ଗର କୋମଲମତି ଶିଶୁଙ୍କୁ ଆବାସିକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ଭବିଷ୍ୟତର ସୁରକ୍ଷା ପ୍ରଦାନ ପାଇଁ ରାସ୍ତା ଦେଖାଉଥିବା ଏହି ଅନୁଷ୍ଠାନ ସମ୍ପର୍କରେ ମନ୍ଦ ଉଦ୍ଦେଶ୍ୟ ରଖି କିଛି ଗଣ ମାଧ୍ୟମ ପ୍ରତିନିଧି ଅର୍ଥ ଲୋଭରେ ମିଥ୍ୟା ଖବର ପରିବେଷଣ କରୁଛନ୍ତି । ମୋହନ ଏମକେସିଜି ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷlଘାତ ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପାଇଁ ଅନୁମୋଦନ ନ ହେବାର କାରଣକୁ ନେଇ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ମିଛ ଖବର ପ୍ରସାରଣ କରି ଅନୁଷ୍ଠାନକୁ ବଦନାମ କରିବାର ପ୍ରୟାସ ଜାରି ରଖିଥିବା ଲକ୍ଷ୍ୟ କରାଯାଇଛି । ମନ୍ତ୍ରଣାଳୟ ଦ୍ଵାରା ଜାରି ସୂଚନା ପ୍ରକାରେ ଅନ – ଲାଇନରେ ଦିଆଯାଇଥିବା ନଥିପତ୍ରରେ ପ୍ରସ୍ତାବିତ କର୍ମଚାରୀ ମାନଙ୍କ ତାଲିକା ଦିଆଯାଇଥିବା ବେଳେ ସେମାନଙ୍କର ପ୍ରମାଣପତ୍ର ଅପଲୋଡ଼ ଭୁଲବଶତଃ ଅସମ୍ପୂର୍ଣ୍ଣ ଥିବା କାରଣରୁ ପୁନର୍ବାର ସମସ୍ତ ଦସ୍ତାବିଜ ସହ ଆବେଦନ କରିବା ପାଇଁ ବିଭାଗୀୟ ଅଧିକାରୀ ପରାମର୍ଶ ଦେଇଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ଥିବାବେଳେ କିଛି ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ପ୍ରସାରଣ ନେଇ ଅଞ୍ଚଳ ବୁଦ୍ଧିଜୀବୀ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।ସାମାନ୍ୟ ବିଭାଗୀୟ ଉପଦେଶକୁ କୋଉ ଆଧାରରେ ଅନୁମୋଦନ ନ ପାଇବାର କାରଣ ଦର୍ଶାଇ ସଂସ୍ଥାକୁ ବଦନାମ କରୁଥିବା ପରିଚାଳନା କମିଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ଅସମ୍ପୂର୍ଣ୍ଣ ତଥ୍ୟରୁ କମ ସଂଖ୍ୟକ କର୍ମଚାରୀ ବୋଲି ଦର୍ଶାଇ ବିଭାଗ ପଦକ୍ଷେପ ଗ୍ରହଣ ପାଇଁ କରିଥିବା ଚିଠି ବିଷୟରେ ତଥ୍ୟ ନ ରଖି ମିଥ୍ୟା ଖବର ପ୍ରକାଶନ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ll ବ୍ୟକ୍ତିଗତ ଆକ୍ରୋଶ ଆଳରେ ଜାଣିଶୁଣି କିଛି ମନ୍ଦ ଉଦ୍ଦେଶ୍ୟ ରଖି ବ୍ୟକ୍ତିଗତ କିମ୍ବା ଆନୁଷ୍ଠାନିକ ଖବର ପରିବେଷଣ ବିରୋଧରେ ଅଞ୍ଚଳବାସୀଙ୍କ ମନରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାର ଦୃଢ଼ ବିରୋଧ କରୁଥିବା ସୂଚନା ରହିଅଛି ।

LEAVE A REPLY

Please enter your comment!
Please enter your name here