କିଡ଼ନି ରୋଗରେ ପୀଡ଼ିତା ଜୟଶ୍ରୀଙ୍କୁ ଭେଟି ସହଯୋଗର ହାତ ବଢାଇଲେ ସାନଖେମୁଣ୍ଡି ତହସିଲଦାର

0
311

ବ୍ରହ୍ମପୁର,୨୨/୦୯/୨୦୨୨ :

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ପଞ୍ଚାୟତ ପେଣ୍ଡୁରାଲୁଣ୍ଡିର ବାସହରା ଦିନ ମଜୁରିଆ କାହ୍ନୁ ବାଡ଼ତ୍ୟାଙ୍କ ତୃତୀୟ ଶ୍ରେଣୀରେ ପଢୁଥିବା ଝିଅ ରାଜଶ୍ରୀର କିଡ଼ନି ରୋଗ ଓ ଏହାର ଚିକିତ୍ସା ଜନିତ ଅର୍ଥ ଯୋଗାଡ଼ରେ ଥିବା ପରିବାରର ଦୁର୍ଦ୍ଦଶା ଜନିତ ଖବର ଓଡ଼ିଶା ଗଣତନ୍ତ୍ର ସହ ବିଭିନ୍ନ ମିଡିଆରେ ପ୍ରସାରଣ ପରେ ପୀଡ଼ିତା ରାଜଶ୍ରୀ ସହ ପରିବାର ପ୍ରତି ଅଞ୍ଚଳରେ ସମ୍ପ୍ରତି ସମବେଦନା ଭାବ ପ୍ରକାଶ ପାଇଛି । ବଦାନ୍ୟ ବ୍ୟକ୍ତି ସମୂହ ପୀଡ଼ିତାଙ୍କ ପରିବାରର ଯୋଗାଯୋଗରେ ଥିବା ବେଳେ ସାନଖେମୁଣ୍ଡି ପ୍ରଶାସନ ମଧ୍ୟ ଏଥି ନେଇ ବିଧୀ ବ୍ୟବସ୍ଥା ଯୋଗାଡ଼ରେ ଥିବା ସୂଚନା ମିଳିଅଛି । ଖବର ପ୍ରସାରଣ ପରେ ସୂଚନା ପାଇ ସାନଖେମୁଣ୍ଡି ତାହସିଦର ଡଃ ଶ୍ରୀନିବାସ ବେହେରା ପେଣ୍ଡୁରାଲୁଣ୍ଡିରେ ପହଞ୍ଚି ପୀଡ଼ିତାଙ୍କ ସହ ପରିବାରକୁ ଭେଟି ସ୍ଥିତି ଅନୁଧ୍ୟାନ ସହ ଚିକିତ୍ସା ଖର୍ଚ୍ଚ ବାବଦକୁ ରେଡକ୍ରସ ପାଣ୍ଠିରୁ ପ୍ରାଥମିକ ବ୍ୟବସ୍ଥାରେ ୧୦,୦୦୦/- ଟଙ୍କାର ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି । ଗ୍ରାମ ବୁଦ୍ଧିଜୀବୀ ଜନସାଧାରଣଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନଙ୍କ ଉପସ୍ଥିତିରେ ତହସିଲଦାର ଶ୍ରୀ ବେହେରା ସରକାରୀ ଅନୁକମ୍ପା ପ୍ରଦାନ ସହ ପରବର୍ତ୍ତୀ ସରକାରୀ ସହାୟତା ପାଇଁ ସହଯୋଗ କରିବାକୁ ସମ୍ମତି ଜଣାଇଛନ୍ତି । ଏହା ସହିତ ସ୍ଥାନୀୟ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here