ଭାରପ୍ରାପ୍ତ ପ୍ରାଧାନ ଶିକ୍ଷକଙ୍କ ଦବଙ୍ଗ ଗିରି : ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଧମକ : ସରକାରୀ ଅର୍ଥ ହେରଫେର ନେଇ ଅଭିଯୋଗ ଆଣିଲେ ସ୍କୁଲ ସଭାପତି

0
176

ବ୍ରହ୍ମପୁର, ୨୫/୦୯/୨୦୨୨ : ସାନଖେମୁଣ୍ଡି ବ୍ଲକ ଯିଉରା ପଞ୍ଚାୟତ ଏସ ରଘୁନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକବିଦ୍ୟାଳୟକୁ ଆସୁଥିବା ସରକାରୀ ଅନୁଦାନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହେରଫେର କରିଥିବା ଅଭିଯୋଗ ହେଉଅଛି । ଦୀର୍ଘ ୧୬ ବର୍ଷ ଧରି ଗୋଟିଏ ସ୍କୁଲରେ ଶିକ୍ଷକ ସହ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ନାର୍ସୁ ସେଠୀ ସ୍କୁଲକୁ ଆସୁଥିବା ସରକାରୀ ଅର୍ଥ ହେରଫେର କରିଥିବା ନେଇ ଏସ ରଘୁନାଥପୁର ଗ୍ରାମର ଅଭିଭାବକଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି ହୋଇଛି ।

ଶନିବାର ଦିନଏନେଇ ଗ୍ରାମର କିଛି ଅଭିଭାବକ ସ୍କୁଲ ପରିଚାଳନା ସଭାପତି ନିଳ ସେଠୀ ସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କ ସହ ଏ ନେଇ ଆଲୋଚନା କରିବା ସହ ବିଦ୍ୟାଳୟ ରେଜିଷ୍ଟର ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ହିସାବର ତାଳମେଳ ରହୁନଥିବା ଜଣାପଡ଼ିଛି । ବିଦ୍ୟାଳୟ ପରିଚାଳନା କମିଟି (ଏସ ଏମସି ) ବୈଠକ ନକରି ସଭାପତିଙ୍କ ଅଗୋଚରରେ ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ପୋଷାକ ନିଜେ ପ୍ରଧାନ ଶିକ୍ଷକ ଆଣିଥିବା ସଭାପତି ଅଭିଯୋଗ ଆଣିଛନ୍ତି । ଏହାସହ ବିଦ୍ୟାଳୟରେ ୧୦୮ ଜଣ ଛାତ୍ରଛାତ୍ରୀ ପଢୁଥିବା ଏବଂ ଉପସ୍ଥାନ କମ ରହୁଥିବା ବେଳେ ମଧ୍ୟ ପୁରା ଉପସ୍ଥାନ ଦେଖାଇ ମଧ୍ୟାହ୍ନ ଭୋଜନ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି । ଉପସ୍ଥାନ ଖାତାରେ ଅନୁପସ୍ଥିତ ଦର୍ଶାଯାଇ ପର ସମୟରେ ଭରପ୍ରାପ୍ତ ପ୍ରଧାନ ଶିକ୍ଷକ ଉପସ୍ଥିତି ଦର୍ଶାଇଥିବା ଖାତାରୁ ସ୍ପଷ୍ଟ ହୋଇଅଛି । ବିଦ୍ୟାଳୟରେ କାର୍ଯ୍ୟରତ ଅନ୍ୟ ଚାରିଜଣ ଶିକ୍ଷକଙ୍କୁ ମଧ୍ୟ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଉଠାଇଛନ୍ତି ।ଏନେଇ ସାନଖେମୁଣ୍ଡି ବିଇଓଙ୍କ ଉପସ୍ଥିତିରେ ତଦନ୍ତ କରିବାକୁ ଅଭିଯୋଗ ହେଉଅଛି। ପୂର୍ବ ସଭାପତିଙ୍କ ସମୟରେ ସ୍କୁଲକୁ ମିଳିଥିବା ଅନୁଦାନ ଗାରିମା ଆବାର୍ଡ ୧୦ ହଜାର , ଖେଳ ଉପକରଣ ପାଇଁ ୧୦ ହଜାର, କମ୍ପୋଜିଟ ଗ୍ରାଣ୍ଟ ୫୦ ହଜାର , ଇକୋ କ୍ଲବ ପାଇଁ ୧୦ହଜାର ଆଦିର ସମସ୍ତ ଅର୍ଥକୁ ବିନା ବୈଠକରେ ନକଲି ଦସ୍ତଖତ କରି ଅନୁଦାନ ଅର୍ଥ ଆତ୍ମସାତ କରିଥିବା ନେଇ ଯାଞ୍ଚ କରିବାକୁ ଅଭିଯୋଗ ହୋଇଛି।
ଅନ୍ୟ କ୍ରମରେ ଜନୈକ ଶିକ୍ଷକଙ୍କୁ ଦୀର୍ଘ ୧୬ ବର୍ଷ ଧରି ଗୋଟିଏ ସ୍କୁଲରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟୀତ୍ବ ଦେବା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ବରିଷ୍ଟତା ଅଭିଜ୍ଞତା ଭିତ୍ତିରେ ବ୍ଲକରେ ବହୁ ଶିକ୍ଷକ ରହିଥିଲେ ମଧ୍ୟା ଉପରିସ୍ଥ ଅଧିକାରୀ ୟାଙ୍କୁ କାହିଁକି ଏଠାରୁ ହଟାଉନାହାନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ ହୋଇଅଛି ।।ଏଭଳି ଅଭିଯୋଗ ନେଇ ନାର୍ସୁ ସେଠୀଙ୍କୁ ପଚାରିବାରୁ ତାଙ୍କର ମାତାମତ ଦେବା ଇଚ୍ଛା ନାହିଁ କହିବା ପରେ ଖବର ପ୍ରସାରଣ ନ କରିବାକୁ ଧମକ ଦେଇଛନ୍ତି। ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ କୁରେସୁ ସେଠୀଙ୍କୁ ଏଥି ନେଇ ପଚାରିବାରୁ ସେ ଆସନ୍ତା ସୋମବାର ଦିନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି । ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନଷ୍ଠାନ ଗ୍ରହଣ ନେଇ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।


LEAVE A REPLY

Please enter your comment!
Please enter your name here