ବ୍ରହ୍ମପୁର,୨୮/୦୯/୨୦୨୨:
ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ରଞ୍ଜନ ନାୟକଙ୍କ ପଞ୍ଚମ ଶ୍ରେଣୀ ପଢ଼ୁଥିବା ଝିଅ ସୋନାଲିଙ୍କ ଜିଭର ମଧ୍ୟ ଭାଗରେ ଏକ ମାଂସ ବଢ଼ି ଫୋଟକା ଭଳି ବହୁତ ଦିନ ରହିଥିଲା ଯାହା ଫଳରେ ସେ ଖାଇବା ପିଇବାର ବହୁତ ଅସୁବିଧା ଓ କଷ୍ଟ ପାଉଥିଲା ସୋନାଲି ର ବାପା ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର ସିଟି ହସ୍ପିଟାଲରେ ପରେ ବ୍ରହ୍ମପୁର ବଡ ମେଡିକାଲରେ ଓ ପ୍ରାଇଭେଟ ମେଡିକାଲ ରେ ଦେଖାଇଥିଲେ କିନ୍ତୁ କିଛି ଭଲ ହୋଇନଥିଲା ରଞ୍ଜନ ଗରିବ ଶ୍ରେଣୀ ହୋଇଥିବାରୁ ଆଉ ଅଧିକ ଚିକିତ୍ସା ପାଇଁ ପାଖରେ ଅର୍ଥର ଅଭାବ ସେଥିପାଇଁ ସେ ସୁରତ ଯାଇ କିଛି ରୋଜଗାର କରି ଝିଅକୁ ଭଲକରିବା ପାଇଁ ଚେଷ୍ଟା କରୁଥିଲା ଏହି ଖବର କିଛି ଗ୍ରାମବାସୀ ମାନଙ୍କ ଠାରୁ ପାଇ ଶେରଗଡ଼ ମେଡିକାଲର ଡାକ୍ତର ସତ୍ୟନାରାୟଣ ପୋଲେଇ ନିଜେ ସେ ଝିଅର ଘରକୁ ଯାଇ ଝିଅର ରୋଗକୁ ଜାଣିପାରି ତୁରନ୍ତ ଚିକିତ୍ସା ଲାଗି ସରକାରଙ୍କ ଯୋଜନା ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ଟିମ ସହ ଯୋଗାଯୋଗ କରିଥିଲେ ପ୍ରଥମେ ଝିଅର ମା ନାରାଜ ହୋଇଥିଲା କାରଣ ଝିଅ ର ବାପା ରଞ୍ଜନ ସୁରତ ରହୁଥିଲେ ଡାକ୍ତର ଟିମ ରଞ୍ଜନ ସହ ଯୋଗାଯୋଗ କରିଥିଲେ ରଞ୍ଜନ ଆସିବା ପରେ ଝିଅକୁ ଧରି ପ୍ରଥମେ ବ୍ରହ୍ମପୁର ସିଟି ମେଡିକାଲରେ ସବୁ ପ୍ରକାର ପରୀକ୍ଷା କରିଲା ପରେ ଏହା ପାଇଓଗେନିକ ଗ୍ରାନୁଲୋମା ରୋଗ ହୋଇଛି ଏହା ଅପେରସନ ଦ୍ଵାରା ଠିକ ହୋଇପାରିବ ତେଣୁ ଝିଅକୁ ଏମକେସିଜି ମେଡିକାଲର ଇଏନଟି ବିଭାଗରେ ଭର୍ତ୍ତି କରାଯାଇ ଅପେରସନ କରାଗଲା ଓ ଅପେରସନ ସଫଳ ହେଲା ଓ ଝିଅଟି ସମ୍ପୂର୍ଣ ସୁସ୍ଥ ହୋଇଘରକୁ ଫେରିଛି ଏହା ଝିଅ ନୂତନ ଜୀବନ ପାଇ ଥିବାରୁ ବାପା, ମା ଓ ଗ୍ରାମବାସୀ ମାନେ ଡାକ୍ତର ସତ୍ୟ ନାରାୟଣ ପୋଲଇଙ୍କୁ ଓ ଆରବିଏସକେ ଟିମକୁ ଭୁରି ଭୁରି ପ୍ରଂଶସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଡାକ୍ତର ସତ୍ୟନାରାୟଣଙ୍କ ଦ୍ଵାରା ଆଗରୁ ଆହୁରି ଅନେକ ଅନେକ ରୋଗୀ ମାନଙ୍କୁ ନିଜ ଚେଷ୍ଟାରେ ଓଡିଶା ଓ ଓଡିଶା ବାହାରକୁ ନେଇ ସୁସ୍ଥ କରିଥିବାର କିଛି ବୁଦ୍ଧିଜୀବି ଓ ଗ୍ରାମବାସୀ ଆଲୋଚନା କରୁଥିଲେ।