ଧାମନଗର ଉପନିର୍ବାଚନ ପ୍ରସଙ୍ଗରେ ସିଇଓଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ। ଶାସକ ଦଳର ଚାପରେ ନଆସି ନିରପେକ୍ଷ ନିର୍ବାଚନ କରାନ୍ତୁ ସିଇଓ : ଡ.ଲେଖାଶ୍ରୀ

0
156

ଭୁବନେଶ୍ୱର,୧୫/୧୦/୨୦୨୨: ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ଥିବା ଶାସକ ବିଜେଡି ସରକାରୀ କଳ ଓ ବଳର ଅପବ୍ୟବହାର କରି ବିଭିନ୍ନ ଉପାୟରେ ଭୋଟ ହାତେଇବାର ପ୍ରୟାସ ଜାରୀ ରଖିଛି । ଧାମନଗର ଉପନିର୍ବାଚନରେ ମଧ୍ୟ ସମସ୍ତ ପ୍ରକାରର ଚଂଚକତା ଓ ହୀନ ଉଦ୍ୟମ ଆରମ୍ଭ କରିଦେଇଛି । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିୟମାନୁଯାୟୀ, ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ, ଦିବ୍ୟାଙ୍ଗ ଏବଂ କୋଭିଡ୍ ସଂକ୍ରମିତ ଭୋଟରମାନଙ୍କ ମତଦାନକୁ ସୁନିଶ୍ଚିତ କରାଇବା ଦାୟୀତ୍ବ ହେଉଛି ରିଟଣ୍ଡିଂ ଅଫିସରଙ୍କର ।ସେଥ୍‌ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାନ ରହିଛି । ନିର୍ବାଚନମଣ୍ଡଳୀର ବାହାର କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ଵାରା ନିର୍ବାଚନ ପରିଚାଳନାର ଦାୟୀତ୍ଵର ନିୟମ ଥିବାବେଳେ ଶାସକ ବିଜେଡିର ପ୍ରତ୍ୟକ୍ଷ ଇଙ୍ଗିତ ଓ ତତ୍ବାବଧାନରେ ସ୍ଥାନୀୟ ଏଆରଓ ସେହି ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ମିଶନ ଶକ୍ତି କର୍ମଚାରୀ, ଅଙ୍ଗନବାଡୀ କର୍ମଚାରୀମାନେ ନିର୍ବାଚନ ପରିଚାଳନା ଦାୟୀତ୍ଵରେ ରଖୁଛନ୍ତି । ଏହି ସରକାରୀ କର୍ମଚାରୀମାନେ ଶାସକ ବିଜେଡି ସପକ୍ଷରେ ମତଦାନ ମଧ୍ୟ କରାଉଛନ୍ତି, ଯାହାକୁ ସଂପୂର୍ଣ୍ଣ ବେଆଇନ । ତେଣୁ ନିର୍ବାଚନମଣ୍ଡଳୀର ବାହାରୁ ପୋଲିଂ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ବ ଦେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ (ସିଇଓ) ରିଟଣିଂ ଅଫିସର ଏବଂ ସହାୟକ ରିଟଣିଂ ଅଫିସରଙ୍କୁ ନିର୍ଦ୍ଦେଶ ଦେବା ସହିତ ଏହାର ସଠିକ କାର୍ଯ୍ୟାନ୍ଵୟନର ତଦାରଖ କରିବାକୁ ବିଜେପି ତରଫରୁ ଦାବୀ କରାଯାଇଛି ।ରାଜ୍ୟ ପଂଚାୟତରାଜ ବିଭାଗର ମୁଖ୍ୟ ସଚିବ ଥିବା ଅଧିକାରୀ ବର୍ତମାନ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ଭାବେ କାର୍ଯ୍ୟରତ ।ଶାସକ ବିଜେଡିର ହାତବାରିସୀ ସାଜି ନିର୍ବାଚନ ଆୟୋଗ ନିଜେ ଆଦର୍ଶ ନିର୍ବାଚନ ଆଚରଣ ବିଧ୍ଵକୁ ଖୋଲାଖୋଲି ଭାବେ ଉଲଂଘନ

କରୁଛନ୍ତି । ନିର୍ବାଚନ ଆଚରଣ ବିଧ୍ଵ ଲାଗୁ ହେବା ପରେ ଆଇନକୁ ଉଲଂଘନ କରି ନିର୍ବାଚନ ଆୟୋଗ ଧାମନଗର ଓ ତିହିଡି ବିଡିଓଙ୍କୁ
ବଦଳି କରିଥିଲେ । ଅଭିଯୋଗ ପରେ ନିଜ ଦୋଷକୁ ଲୁଚାଇବା ପାଇଁ ଆୟୋଗ ବିଭିନ୍ନ ବାହାନାବାଜୀ କରିଲେ । ବାସ୍ତବରେ ଯଦି
ବିଡିଓ ଜଣଙ୍କ କାର୍ଯ୍ୟକାଳ ୩ ବର୍ଷ ହୋଇଯାଇଥିଲା, ତାହେଲେ ତାଙ୍କୁ ଆଗରୁ କାହିଁକି ବଦଳି କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟ ପଟେ କନ୍ଧମାଳ ଜିଲ୍ଲାରେ ଦୀର୍ଘ ୭ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଜିଲ୍ଲାପାଳଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ନୁହେଁ କି ବୋଲି ରାଜ୍ୟ ସାଧାରଣ ସଂପାଦକ
ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।ଧାମନଗର ଉପନିର୍ବାଚନରେ ଭୋଟ ଦେବାକୁ ଚାହୁଁଥିବା ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ, ଦିବ୍ୟାଙ୍ଗ ଏବଂ କୋଭିଡ୍ ସଂକ୍ରମିତ ଭୋଟରମାନଙ୍କ ତାଲିକା ସହ ତାଙ୍କ ଭୋଟ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସରକାରୀ କର୍ମଚାରୀଙ୍କ ସୁଚୀ ଓ ରୁଟ୍ ଲିଷ୍ଟ ସ୍ପଷ୍ଟ
ହେବା ଉଚିତ୍ । ଏହି ତାଲିକା ପ୍ରତ୍ୟେକ ରାଜନୈତିକ ଦଳକୁ ପ୍ରଦାନ କରିବା ପାଇଁ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।ଆଦର୍ଶ ନିର୍ବାଚନ ଆଚଚରଣଣ ବିଧ୍ଵ ଲାଗୁ ହେଲେ କୌଣସି ସରକାରୀ ବିକାଶମୁଳକ କାର୍ଯ୍ୟ ହୋଇପାରିବନାହିଁ । କିନ୍ତୁ ଭୋଟର ଙ୍କୁ ପ୍ରଭାବିତ କରିବା ପାଇଁ ପୂର୍ବ ନିର୍ଦ୍ଦେଶକୁ ଆଳ କରି ମାଟି, ନଳକୁପ, ବିଜୁଳି ଭଳି ଆଦି କାର୍ଯ୍ୟ ଶାସକ ବିଜେଡି କରୁଛି ।ଯାହା ସଂପୂର୍ଣ୍ଣ ବେଆଇନ ଓ ନିର୍ବାଚନ ଆଚରଣ ବିଧିର ଉଲଂଘନ । ଭୋଟରଙ୍କୁ ପ୍ରଭାବିତ କରୁଥିବା ସମସ୍ତ ଉନ୍ନୟନମୁଳକ କାର୍ଯ୍ୟ ବନ୍ଦ ରଖିବା ସହିତ ଆଇନ ଉଲଂଘନକାରୀଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଆୟୋଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନଚେତ୍ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ତରଫରୁ ଧାରଣା ଓ ପ୍ରତିବାଦ କରାଯିବ ବୋଲି ଡ.ଲେଖାଶ୍ରୀ କହହିଛନ୍ତି ।ଏହି ଅବସରରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ଵାଳ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା,ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here